27.1 C
Bhubaneswar
Monday, January 12, 2026
Homeସ୍ୱାଧୀନତା ଦିବସ- ୨୦୨୪ଭାରତ ଭଳି ଏହି ୫ ଦେଶ ପାଳନ୍ତି ସ୍ୱାଧୀନତା ଦିବସ…

ଭାରତ ଭଳି ଏହି ୫ ଦେଶ ପାଳନ୍ତି ସ୍ୱାଧୀନତା ଦିବସ…

ନୂଆଦିଲ୍ଲୀ : ପ୍ରତିବର୍ଷ ଅଗଷ୍ଟ ୧୫ ତାରିଖରେ ଭାରତ ସ୍ବାଧୀନତା ଦିବସ ପାଳନ କରିଥାଏ । କାରଣ ଠିକ ୭୮ ବର୍ଷ ତଳେ ଏହି ଦିନ ହିଁ ଇଂରେଜ ଶାସନ ହାତରୁ ଭାରତ ସ୍ଵାଧୀନ ହୋଇଥିଲା ଏହି କାରଣରୁ ହିଁ ପ୍ରତିଟି ଭାରତୀୟଙ୍କ ପାଇଁ ଏହି ଦିନର ବିଶେଷତା କିଛିଟା ଭିନ୍ନ । ଦେଶ ପୁଣି ମନେ ପକାଇବ ସେହି ମହାପୁରୁଷ ମାନଙ୍କୁ ଯେଉଁମାନେ ନିଜ ଜୀବନକୁ ବଳି ଦେଇ ଦେଶକୁ ସ୍ୱାଧୀନତାର ସ୍ୱାଦ ଚଖାଇଥିଲେ । କିନ୍ତୁ କ’ଣ ଆପଣ ଜଣିଛନ୍ତି କି ଭାରତ ପରି ଆଉ ୫ ଦେଶମାନ ଯେଉଁମାନେ ୧୫ ଅଗଷ୍ଟରେ ସ୍ୱାଧୀନତା ପାଇଥିଲେ ଏବଂ ଏହି ଦିନକୁ ସେମାନେ ସେମାନଙ୍କର ସ୍ୱାଧୀନତା ଦିବସ ଭାବେ ପାଳନ କରିଥାନ୍ତି । ସେହି ଦେଶ ଗୁଡ଼ିକ ହେଲେ
ସାଉଥ କୋରିଆ: ୧୫ ଅଗଷ୍ଟ ୧୯୪୫ରେ ସାଉଥ କୋରିଆ ଜାପାନଠାରୁ ସ୍ୱାଧୀନତା ପାଇଥିଲା । ୧୯୪୫ ମସିହାରେ, ଆମେରିକା ଏବଂ ସୋଭିଏତ୍ ସୈନ୍ୟମାନେ ମିଳିତ ଭାବରେ ୩୫ ବର୍ଷ ଧରି କୋରିଆକୁ ଜାପାନର ଦଖଲକୁ ସମାପ୍ତ କରିଥିଲେ ଏବଂ ଏହାକୁ ଏକ ସ୍ୱାଧୀନ ରାଷ୍ଟ୍ର ଭାବରେ ଘୋଷଣା କଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ଏହି ଦିନ ୧୯୪୫ ରେ ଶେଷ ହୋଇଥିଲା।
ନର୍ଥ କୋରିଆ: ସାଉଥ କୋରିଆ ଭଳି ନର୍ଥ କୋରିଆ ମଧ୍ୟ ୧୫ ଅଗଷ୍ଟ ୧୯୪୫ରେ ଜାପାନ ଠାରୁ ସ୍ୱାଧୀନତା ପାଇଥିଲେ । ଛୁଟି ଦିନ ହୋଇ ଥିବାରୁ ଏହି ଦିନରେ ଏଠାରେ ବିବାହ ପରମ୍ପରା ଆରମ୍ଭ ହୋଇଛି ।
ବାହାରିନ୍: ୧୫ ଅଗଷ୍ଟ ୧୯୭୧ ରେ ବାହାରିନ୍ ମଧ୍ୟ ସ୍ୱାଧୀନତା ହାସଲ କରିଥିଲା । ଅବଶ୍ୟ ୧୯୬୦ରୁ ବ୍ରିଟିଶ ଶାସକ ବାହାରିନ୍ ଛାଡ଼ିବା ଆରମ୍ଭ କରିଥିଲେ । କିନ୍ତୁ ବାହାରିନ୍ ଅଗଷ୍ଟ ୧୬କୁ ନ୍ୟାସନାଲ ହଲିଡେ ଭାବରେ ପାଳନ କରୁଛି । ଉନବିଂଶ ଶତାବ୍ଦୀରେ ବ୍ରିଟିଶ ଶାସନ ପୂର୍ବରୁ ମଧ୍ୟ ବାହାରିନ୍ ଆରବ ଏବଂ ପର୍ତ୍ତୁଗାଲ ସମେତ ଅନେକ ଦେଶ ଦ୍ୱାରା ଶାସିତ ହୋଇଥିଲା।
ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ: କଙ୍ଗୋ ୧୫ ଅଗଷ୍ଟ ୧୯୬୦ରେ ଫ୍ରାନ୍ସ ଠାରୁ ସ୍ୱାଧୀନତା ହାସଲ କରିଥିଲା । ସ୍ୱାଧୀନତା ପରେ ଫୁଲବର୍ଟ ୟୁଲୁ ଦେଶର ପ୍ରଥମ ରାଷ୍ଟ୍ରପତି ହୋଇଥିଲେ ଏବଂ ୧୯୬୩ ପର୍ଯ୍ୟନ୍ତ ଶାସନ କରିଥିଲେ।
ଲିକଣ୍ଟେଷ୍ଟିନ: ୧୮୬୬ ମସିହାରେ ଜର୍ମାନ ଶାସକମାନଙ୍କଠାରୁ ବିଶ୍ୱର ସବୁଠାରୁ ଛୋଟ ଦେଶ ମଧ୍ୟରୁ ଗୋଟିଏ ଦେଶ ଲିକଣ୍ଟେଷ୍ଟିନ ଏହାର ସ୍ୱାଧୀନତା ଲାଭ କରିଥିଲା । କିନ୍ତୁ ୧୫ ଅଗଷ୍ଟରେ ଜାତୀୟ ଦିବସ ପାଳନ ୧୯୪୦ ରୁ ଆରମ୍ଭ ହୋଇଥିଲା । ୫ ଅଗଷ୍ଟ ୧୯୪୦ ରେ, ଲିକଣ୍ଟେଷ୍ଟିନ ସରକାର ଆନୁଷ୍ଠାନିକ ଭାବରେ ୧୫ ଅଗଷ୍ଟକୁ ଦେଶର ଜାତୀୟ ଦିବସ ଭାବରେ ଘୋଷଣା କରିଥିଲେ।

 

 

 

 

 

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking