31.1 C
Bhubaneswar
Wednesday, February 11, 2026
Homeଓଡିଶାସ୍ୱାମୀଙ୍କ ଉପରେ ହୁକୁମ ଚଳାଇବାରେ ମାହିର ଏହି ୪ ରାଶିର ମହିଳା

ସ୍ୱାମୀଙ୍କ ଉପରେ ହୁକୁମ ଚଳାଇବାରେ ମାହିର ଏହି ୪ ରାଶିର ମହିଳା

ଭୁବନେଶ୍ୱର: ସବୁ ଝିଅ ଚାହାନ୍ତି ବିବାହ ପରେ ସବୁ ଇଚ୍ଛା ପୂରଣ କରିବା ଭଳି ସ୍ୱାମୀ ଏବଂ ଶାଶୁଘର ମିଳୁ। ହେଲେ ଜ୍ୟୋତିଷଶାସ୍ତ୍ରରେ କୁହାଯାଇଛି କିଛି ଝିଅ ଡୋମିନେଟିଂ(ପ୍ରାଧାନ୍ୟ) ବିସ୍ତାର କରିବାରେ ମାହିର ହୋଇଥାନ୍ତି। ଏମାନେ ସ୍ୱାମୀ ସହ ଶାଶୁଘରରେ ହୁକୁମ ଚଳାଇଥାନ୍ତି। ଲୋକମାନେ ତାଙ୍କ କଥା ନ ଶୁଣିଲେ ସେ ବରଦାସ୍ତ କରିପାରନ୍ତି ନାହିଁ। ଜ୍ୟୋତିଷଶାସ୍ତ୍ରରେ ଏପରି ୪ ରାଶି ବିଷୟରେ କୁହାଯାଇଛି, ଯେଉଁଥିରେ ଜନ୍ମିତ ଯୁବତୀମାନେ ସମସ୍ତଙ୍କ ଉପରେ ହୁକୁମ ଚଳାଇବାକୁ ଚାହାନ୍ତି। ଯେପରିକି:

ବୃଷ: ଏହି ରାଶିରେ ଜନ୍ମିତ ଯୁବତୀ ବହୁତ ଡୋମିନେଟିଂ। ସମସ୍ତଙ୍କ ଉପରେ ଏମାନେ ହୁକୁମ ଚଳାଇଥାନ୍ତି। ନିଜ କଥାକୁ ପ୍ରମାଣ କରିବାକୁ ଏମାନେ କୌଣସି ପରିସ୍ଥିତିର ସାମ୍ନା କରିପନୟନ୍ତି। ଜୀବନସାଥୀଙ୍କୁ ନେଇ ବହୁତ ପୋଜେସିଭ୍ ଏମାନେ। ବିବାହ ପରେ ଏମାନେ ଶାଶୁଘରେ ରାଜ୍ କରିଥାନ୍ତି।

ବିଛା: ଏହି ରାଶିରେ ଜନ୍ମିତ ଯୁବତୀ ବହୁତ ବୁଦ୍ଧିମାନ। ଏମାନଙ୍କ ମଧ୍ୟରେ ନେତୃତ୍ୱ ନେବାର ଭଲ କ୍ଷମତା ଥାଏ। ଏଥିପାଇଁ ଏମାନେ ଡୋମିନେଟିଂ ହୋଇଥାନ୍ତି। ହେଲେ ଏମାନେ ନିଜ ସମ୍ପର୍କକୁ ସଫଳ କରିବାକୁ ଯଥା ସମ୍ଭବ ଚେଷ୍ଟା କରିଥାନ୍ତି। ଏମାନଙ୍କ ସମ୍ପର୍କରେ କେହି ମୁଣ୍ଡ ପୁରାଉ ସେ ଚାହାନ୍ତି ନାହିଁ। ନିଜ ସ୍ୱାଧୀନତା ଏମାନଙ୍କୁ ବହୁତ ପସନ୍ଦ।

କନ୍ୟା: ଏହି ରାଶିରେ ଜନ୍ମିତ ଯୁବତୀ ବହୁତ ବାସ୍ତବବାଦୀ ହୋଇଥାନ୍ତି। ଏମାନେ ନିଜର ଭାବପ୍ରବଣତାକୁ କାବୁ କରିନେଇଥାନ୍ତି। ହେଲେ ଏମାନେ ଯାହାକୁ ପ୍ରେମ କରିଥାନ୍ତି ତାଙ୍କୁ ନେଇ ବହୁତ ପୋଜେସିଭ୍‌? ଥାନ୍ତି। ଏହି କାରଣରୁ ଶାଶୁଘରେ ଏମାନଙ୍କୁ ବହୁତ ସ୍ନେହ ମିଳିଥାଏ।

କୁମ୍ଭ: ଏହି ରାଶିର ଯୁବତୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଭରପୂର ରହିଥାଏ। ଏମାନେ ନିଜ ଭାବନାକୁ ଚପାଇ ରଖିଥାନ୍ତି। ବିବାହ ପରେ ଏମାନେ ଶାଶୁଘର ଏବଂ ସ୍ୱାମୀଙ୍କ ଉପରେ ରାଜ୍ କରିଥାନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking