23.1 C
Bhubaneswar
Wednesday, January 15, 2025
Homeଓଡିଶାଓଡିଶାରେ ଝୁମ୍ପୁଡି ଘର ରହିବ ନାହିଁ : ସୁରେଶ ପୂଜାରି

ଓଡିଶାରେ ଝୁମ୍ପୁଡି ଘର ରହିବ ନାହିଁ : ସୁରେଶ ପୂଜାରି

ଭୁବନେଶ୍ୱର : ବିଜେପି କାର୍ଯ୍ୟକାରିଣୀରେ ନୂଆ ଓଡିଶା ଗଠନ ପାଇଁ ସଂକଳ୍ପ ପାରିତ । ରାଜନୈତିକ ଚିଠା ପ୍ରସ୍ତାବ ପାରିତ ନେଇ ରାଜସ୍ୱ ମନ୍ତ୍ରୀଙ୍କ ସୂଚନା । ଭାଷା ଭିତ୍ତିରେ ଓଡିଶା ଦେଶର ପ୍ରଥମ ରାଜ୍ୟ ଭାବେ ଗଠିତ । ୨୦୩୬କୁ ଆମେ ରାଜ୍ୟ ଗଠନର ଶତବାର୍ଷିକୀ ପାଳନ କରିବୁ । ଆଉ ୧୨ ବର୍ଷ ରହିଲା, ଆଧୁନିକ ଓଡିଶା ଗଠନ ପାଇଁ ସଂକଳ୍ପ ନେଲୁ । ସଂସଦରେ ଓ ସଂସଦ ବାହାରେ କଂଗ୍ରେସର ଆଚରଣକୁ ନିନ୍ଦା କଲୁ । ହିନ୍ଦୁ ସମାଜକୁ ଆଘାତ ଦେଲା ଭଳି ମନ୍ତବ୍ୟ ପାଇଁ ନିନ୍ଦା ପ୍ରସ୍ତାବ ପାରିତ । ଜରୁରୀକାଳୀନ ପରିସ୍ଥିତି ପାଇଁ ସମ୍ବିଧାନ ହତ୍ୟା ଦିବସ ବି ପାଳନ କରିବୁ । ଓଡିଆ ଅସ୍ମିତାକୁ ବିଶ୍ୱ ଦରବାରରେ ପହଞ୍ଚାଇବାକୁ ଚେଷ୍ଟା କରିବୁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦୁର୍ନୀତି ମୁକ୍ତ ସେବା ପ୍ରଦାନ କରିବୁ । ୫ଟି ନାଁରେ ବର୍ଷକୁ ୫୦ ହଜାର କୋଟି ଟଙ୍କା ଲୁଟ୍ ହେଉଥିଲା । ସୂର୍ଯ୍ୟାଲୋକରେ ଜକାୟତି ପାଇଁ ଓଡିଶା ଏନ୍ତୁଡିଶାଳ ପାଲଟିଥିଲା । ଦୁର୍ନୀତିମୁକ୍ତ ଓ ଲୋକଭିମୁଖି ସରକାରୀ ବ୍ୟବସ୍ଥା ପହଞ୍ଚାଇବୁ । ଧାଡିର ଶେଷରେ ଥିବା ବ୍ୟକ୍ତି ପାଖରେ ସେବା ପହଞ୍ଚାଇବୁ । ଓଡିଶାରେ ସନ୍ତୁଳିତ ବିକାଶ ପାଇଁ ଚେଷ୍ଟା ଜାରି ରହିବ ।  ଓଡିଶାରେ ଝୁମ୍ପୁଡି ଘର ରହିବ ନାହିଁ । ରାଜ୍ୟରେ ୨୦୨୯ ବେଳକୁ ଝୁମ୍ପୁଡି ଘର ରହିବ ନାହିଁ । ଆମେ ସେମାନଙ୍କୁ ଘର ଦେବାକୁ ଯୋଜନା କରିବୁ । ଜବରଦଖଲକାରୀଙ୍କୁ ହଟାଇବା କାମ ଚାଲିବ । ପ୍ରଭାବଶାଳୀ ଲୋକ ବି ଜବରଦଖଲ କରି ରଖିଛନ୍ତି । ସରକାର ଓ ମହାପ୍ରଭୁଙ୍କ ଜମି ବି ଜବରଦଖଲରେ ଅଛି । ସରକାର ଜମିର ଜବରଦଖଲ ମୁକ୍ତ କରାଯିବ । ଅଧିକ ଜମି ନେଇଥିଲେ ଫେରାଇ ଅଣାଜିବ କହିଲେ ସୁରେଶ ପୂଜାରି  ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking