27.1 C
Bhubaneswar
Wednesday, July 3, 2024
Homeଓଡିଶା୧୩ ଜିଲ୍ଲାରେ ହେବ ପ୍ରବଳ ବର୍ଷା

୧୩ ଜିଲ୍ଲାରେ ହେବ ପ୍ରବଳ ବର୍ଷା

ଭୁବନେଶ୍ୱର : ରାଜ୍ୟରେ ତାତିରୁ ମିଳିଛି ଅଶ୍ଵସ୍ତି । ଜାରି ରହିଛି ମୌସୁମୀ ବର୍ଷା । ୧୩ ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସୂଚନା ଦେଲେ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ଷା ଚଳିତ ବର୍ଷ ମୌସୁମୀ ବାୟୁ ଠିକ୍ ସମୟରେ ଓଡ଼ିଶା ଛୁଇଁଥିଲେ ସୁଦ୍ଧା କିଛି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିଲାବେଳେ ଆଉ କିଛି ସ୍ଥାନରେ ବର୍ଷା ଲାଗିରହିଛି । ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡିଶାର କିଛି ସ୍ଥାନରେ ଆଜି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ସୋମବାର ୧୩ଟି ଜିଲ୍ଲାରେ ବର୍ଷା ପାଇଁ ପାଣିପାଗ ବିଜ୍ଞାନୀଙ୍କ ପକ୍ଷରୁ ୟେଲୋ ଆଲର୍ଟ ଜାରି କରାଯାଇଛି । କୋରାପୁଟ, ସମ୍ବଲପୁର, ଅନୁଗୁଳ, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହେବା ନେଇ ଆଲର୍ଟ ଜାରି କରିଛନ୍ତି ପାଣିପାଗ ବିଜ୍ଞାନୀ । ସେପଟେ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, କଟକ, ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ,କେନ୍ଦୁଝର, କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking