ଭୁବନେଶ୍ୱର : ଆଗାମୀ ୪ ଦିନ ପାଇଁ ରାଜ୍ୟରେ ଶୁଖିଲା ପାଗ ଦେଖାଯିବ । ୨ ଦିନ ଯାଏଁ ରାଜ୍ୟରେ ତାପମାତ୍ରା ବିଶେଷ ପରିବର୍ତ୍ତନ ହେବାର ନାହିଁ । ଅର୍ଥାତ ଦୁଇ ଦିନ ପରେ ୨ରୁ ୪ ଡିଗ୍ରୀ ତାପମାତ୍ରା ହ୍ରାସ ପାଇବ । ଥଣ୍ଡାର ପ୍ରକୋପ ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ା ଏନେଇ ଆଞ୍ଚଳିକ ପାଣିପାଗ ନିଛ୍ରେଶକ ମନୋରମା ମହାନ୍ତି ସୂଚନା ଦେଇଛନ୍ତି । କହିଛନ୍ତି , ୨୭ ତାରିଖରେ ଗଞ୍ଜାମ, ଗଜପତି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏଣେ ୨୮ ତାରିଖରେ ଗଞ୍ଜାମ, ଗଜପତି, ମାଲକାନଗିରି , କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଏବଂ କୋରାପୁଟ ଆଦି ଜିଲ୍ଲାଗୁଡ଼ିକରେ ଗୋଟିଏ ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।୨୯ରେ ମଧ୍ୟ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ର ସମ୍ଭାବନା ରହିଛି। ୨୫ ଓ ୨୬ ତାରିଖରେ ବିଶେଷ କରି ଦକ୍ଷିଣ ଓଡ଼ିଶାରେ ମେଘୁଆ ପାଗ ଦେଖିବାକୁ ମିଳିବ।