27.1 C
Bhubaneswar
Saturday, December 6, 2025
Homeଓଡିଶାଡ୍ରୋନ ଉଡାଣ ନେଇ ତଦନ୍ତ ହେବ: ଏସପି

ଡ୍ରୋନ ଉଡାଣ ନେଇ ତଦନ୍ତ ହେବ: ଏସପି

ପୁରୀ: ଶ୍ରୀମନ୍ଦିର ଡ୍ରୋନ ଉଡାଣ ଭିଡିଓ ଭାଇରଲ ଘଟଣାରେ ପୁରୀ ଏସପିଙ୍କ ପ୍ରତିକ୍ରିୟା । ଖୁବଶୀଘ୍ର ସିଂହଦ୍ୱାର ଥାନାରେ ଏତଲା ଦିଆଯିବ । ସୋସିଆଲ ମିଡିଆ ହ୍ୟାଣ୍ଡଲର ସହ ସମ୍ପୃକ୍ତ ଚୁନେରା ସେବକଙ୍କୁ ଜେରା କରାଯିବ । ଏହା ସହ ସବୁ ଦିଗକୁ ନେଇ ତଦନ୍ତ କରାଯିବ କହିଲେ ପୁରୀ ଏସପି ବିନିତ ଅଗ୍ରୱାଲ । ଶ୍ରୀମନ୍ଦିରରେ ଡ୍ରୋନ ଉଡିବା ଘଟଣାରେ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା । ଶ୍ରୀମନ୍ଦିର ସୁରକ୍ଷା, ଶୃଙ୍ଖଳା, ଭକ୍ତଙ୍କ ସୁଗମତାକୁ ସରକାର ଗୁରୁତ୍ୱ ଦେଉଛନ୍ତି । ଶ୍ରୀମନ୍ଦିରରେ ଆଣ୍ଟିଡ୍ରୋନ ଟେକନୋଲୋଜି ପ୍ରକ୍ରିୟା ଆରମ୍ଭ କରିଛୁ । ଖୁବଶୀଘ୍ର ଯୋଜନାର ପ୍ରକୃତ ଚିତ୍ର ପ୍ରତିଫଳିତ ହେବ । ଏନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଥିଲେ । ଶ୍ରୀମନ୍ଦିରର ଭାଇରଲ ହୋଇଥିବା ଡ୍ରୋନ ଭିଡିଓରେ ବାରମ୍ଭାର ଆସୁଛନ୍ତି ଜଣେ ଚୁନେରା ସେବାୟତ । ଭିଡିଓ ବେଳେ ସେବାୟତ ଜାଣିଥିବା ଭଳି ଜଣାପଡୁଛି । ମୁଖ୍ୟ ବାନା ଲଗାଯାଉଥିବା ଦୃଶ୍ୟ ମଧ୍ୟ ଭିଡିଓରେ ରହିଛି । ମେ ୩୦ ତାରିଖରେ ଫେସବୁକରେ ଭିଡିଓ ଅପଲୋଡ ହୋଇଛି । ପଶ୍ଚିମବଙ୍ଗ ନବଦ୍ୱୀପର ଯୁବକ ଫେସବୁକରେ ଅପଲୋଡ କରିଥିଲେ

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking