24.1 C
Bhubaneswar
Tuesday, February 10, 2026
Homeଓଡିଶାସୁଡ଼ଙ୍ଗ ଅଛି କି ନାହିଁ ସର୍ଭେ ହେବ : ପୃଥ୍ବୀରାଜ

ସୁଡ଼ଙ୍ଗ ଅଛି କି ନାହିଁ ସର୍ଭେ ହେବ : ପୃଥ୍ବୀରାଜ

ଭୁବନେଶ୍ବର :  ରତ୍ନଭଣ୍ଡାରରେ ସୁଡ଼ଙ୍ଗ ଅଛି କି ନାହିଁ ସର୍ଭେ ହେବ ବୋଲି ସୋମବାର ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ  କହିଛନ୍ତି। ସେ କହିଛନ୍ତି, ରତ୍ନଭଣ୍ଡାର ମାଟିତଳେ କିମ୍ବା କାନ୍ଥ ଭିତରେ କିଛି ଅଛି କି ନାହିଁ ସେ ନେଇ ସର୍ଭେ ହେବ। ପ୍ରାଥମିକ ପ୍ରକ୍ରିୟାରେ ପ୍ରଥମେ ରତ୍ନଭଣ୍ଡାର ମରାମତି କରାଯିବ। ମରାମତି ପରେ ଗଣତି ମଣତି ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ୧୯୭୮ ମସିହା ଡାଟାବେସ ଅନୁଯାୟୀ ଅଳଙ୍କାର ମେଳ କରାଯିବ। ରତ୍ନଭଣ୍ଡାରର ହେବ ଯାଞ୍ଚ, ଭଣ୍ଡାର ଘର ମାଟି ତଳେ କିଛି ପଦାର୍ଥ ଅଛିକି ନାହିଁ ତାର ଯାଞ୍ଚ କରାଯିବ। ରତ୍ନ ଭଣ୍ଡାରର ସୁରକ୍ଷା ଆମର ପ୍ରାଥମିକତା। ଯାଞ୍ଚ ପରେ ରତ୍ନଭଣ୍ଡାର ମରାମତି ତାପରେ ହେବ ଗଣତି ମଣତି। ୧୯୭୮ ମସିହାରେ ପ୍ରସ୍ତୁତ ତାଲିକା ତଥ୍ୟ ସହ ମେଳକ ହେବ। ରତ୍ନଭଣ୍ଡାର ଭିତରେ ହେବ ଗଣତି ମଣତି କାମ।

ରତ୍ନ ଭଣ୍ଡାରର ବାକ୍ସଗୁଡ଼ିକ ସ୍ଥାନନ୍ତ୍ରିକରଣ ସରିଛି ଏବେ ମରାମତି କାର୍ୟ୍ୟ ହେବ। ଏହାପରେ ସର୍ବେ ହେବ ମାଟି ତଳେ କିଛି ପଦାର୍ଥ ଅଛିକି ନାହିଁ ତାର ଯାଞ୍ଚ କରାଯିବ। ସମ୍ପୂର୍ଣ୍ଣ ମରାମତି ସରିଲେ ଗଣତି ମଣତି ଆରମ୍ଭ ହେବ। ଏହା ରତ୍ନ ଭଣ୍ଡାର ଭିତରେ ହିଁ ହେବ। ମୁଁ ଆଶା କରୁଛି ୧୯୭୮ରେ ଯାହା ଥିଲା ତାହା ଥିବ। ଏହି ଗଣତି ୧୯୭୮ ମସିହା ଲିଷ୍ଟ ଅନୁସାରେ ହେବ।୧୯୭୮ରେ ଯେଉଁ ଡାଟା ବେଶ ହୋଇଥିଲା ସେହି ଅନୁସାରେ ମେଳ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking