28.1 C
Bhubaneswar
Saturday, May 3, 2025
Homeଓଡିଶାସାମିଲ ହେବାକୁ ନିମନ୍ତ୍ରଣ ନଥିଲା: ପ୍ରଫୁଲ୍ଲ

ସାମିଲ ହେବାକୁ ନିମନ୍ତ୍ରଣ ନଥିଲା: ପ୍ରଫୁଲ୍ଲ

ଭୁବନେଶ୍ୱର: ବୈଠକରେ ସାମିଲ ହେଲେନି  ପ୍ରଫୁଲ୍ଲ ମଲ୍ଲିକ । ସାମିଲ ହେବାକୁ ନିମନ୍ତ୍ରଣ ନଥିଲା କହିଲେ ପ୍ରଫୁଲ୍ଲ । ରାଜ୍ୟ ପରିଷଦ ଓ କାଯ୍ୟକାରିଣୀରେ ନାଁ ନଥିଲା । ସୂଚନା ଅନୁସାରେ ନବୀନଙ୍କ ସଭାପତି ଘୋଷଣା ପରେ ଶଙ୍ଖ ଭବନରେ ବିଜେଡି ରାଜ୍ୟ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି । ବରିଷ୍ଠ ନେତା ଶଶୀ ବେହେରା,   ଭୂପିନ୍ଦର ସିଂ ମଧ୍ୟ ବୈଠକରେ ସାମିଲ ହେଲେନି । ବିଜେଡି ବିଧାୟକ ସନା ମହାକୁଡ ମଧ୍ୟ ଅନୁପସ୍ଥିତ ଥିଲେ । ୱାକଫ ବିଲ୍ ବିବାଦ ପରେ ମେଳି କରିଥିଲେ ବରିଷ୍ଠ ନେତା । ଶଶୀ ବେହେରା, ଭୂପିନ୍ଦର ସିଂ ମେଳିରେ ସାମିଲ ଥିଲେ । ଦଳରେ ବାହ୍ୟଶକ୍ତିର ପ୍ରଭାବ କଥା କହିଥିଲେ ଶଶୀ । ପୂର୍ବରୁ ବିଧାୟକ ଦଳ ବୈଠକରେ ଅନୁପସ୍ଥିତ ଥିଲେ ସନା । ତେବେ ଏନେଇ ବର୍ତ୍ତମାନ ପ୍ରଶ୍ନ ଉଠୁଛି ବଜେଡିରେ ବଢିଲାଣି କି ପୁଣି ଅସନ୍ତୋଷ?

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking