21.1 C
Bhubaneswar
Wednesday, February 25, 2026
Homeଓଡିଶାଘଟିଲା ଭୟଙ୍କର ସଡକ ଦୁର୍ଘଟଣା , ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ

ଘଟିଲା ଭୟଙ୍କର ସଡକ ଦୁର୍ଘଟଣା , ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ

ମିର୍ଜାପୁର : ଉତ୍ତରପ୍ରଦେଶର ମିର୍ଜାପୁରରେ ଏକ ମାଲବାହୀ ଗାଡି ଏବଂ ବସ ମଧ୍ୟରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ତେବେ ବିନ୍ଦୁଚାଲ ପୋଲିସ ଷ୍ଟେସନ ଅଞ୍ଚଳର ମହୋଖର ଗ୍ରାମ ନିକଟରେ ଏହି ଘଟଣା ଘଟିଛି। ଗାଡିରେ ଯାତ୍ରା କରୁଥିବା ଭକ୍ତମାନେ ଦର୍ଶନ ପାଇଁ ବିନ୍ଦୁଚାଲକୁ ଯାଉଥିଲେ। ଭକ୍ତଙ୍କୁ ନେଇ ଯାଉଥିବା ଏହି ଗାଡ଼ି ମହୋଖର ଗ୍ରାମ ନିକଟରେ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଗାଡିଟି ଛିଟ୍‌କି ପଡ଼ିଥିଲା । ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଗାଡିରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ । ପରେ ଏହି ଘଟଣା ସମ୍ପର୍କରେ ପୋଲିସ ସୂଚନା ପାଇ ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପୋଲିସର ସୂଚନା ଅନୁଯାୟୀ , ଏହି ଦୁର୍ଘଟଣାରେ ତିନିଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଭକ୍ତ ଗୁରୁତର ଆହତ ହୋଇଛନ୍ତି ।ଏବଂ ସେମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ମୃତକଙ୍କ ପରିବାରକୁ ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking