26.1 C
Bhubaneswar
Tuesday, March 24, 2026
Homeଦେଶ ବିଦେଶଲିଭ୍ ଇନ୍ ରେ ଥିଲେ ସମଲିଙ୍ଗୀ ଦମ୍ପତି; ହେଲେ ଶେଷରେ....

ଲିଭ୍ ଇନ୍ ରେ ଥିଲେ ସମଲିଙ୍ଗୀ ଦମ୍ପତି; ହେଲେ ଶେଷରେ….

ମୁମ୍ବାଇ: ଲିଭ୍ ଇନ୍ ରେ ଥିଲେ ସମଲିଙ୍ଗୀ ଦମ୍ପତି। ପିଲା ପାଇଁ ଦେଖିଲେ ସ୍ୱପ୍ନ। ନେଲେ ଭୟଙ୍କର ପଦକ୍ଷେପ। ୫ ବର୍ଷର ନାବାଳିକାକୁ ଅପହରଣ କରିବା ପଡ଼ିଲା ମହଙ୍ଗା। ଅଭିଯୋଗରେ ଗିରଫ ହୋଇଥିଲେ। ବର୍ତ୍ତମାନ ଏହି ମାମଲାରେ ବମ୍ବେ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଜଷ୍ଟିସ ମନୀଷ ପିତାଲେଙ୍କୁ ନେଇ ଗଠିତ ଖଣ୍ଡପୀଠ ନଭେମ୍ବର ୧୯ ରେ ଦେଇଥିବା ରାୟରେ ଉଲ୍ଲେଖ କରିଛନ୍ତି ଯେ ମହିଳାମାନେ ଏଲଜିବିଟିକ୍ୟୁ ପ୍ଲସ୍ ସମ୍ପ୍ରଦାୟର ଅଟନ୍ତି ଏବଂ ସେମାନେ ପ୍ରାୟ ୮ ମାସ ଜେଲରେ ବିତାଇ ସାରିଛନ୍ତି।

ଦୁର୍ଭାଗ୍ୟବଶତଃ ଏଭଳି ବ୍ୟକ୍ତିମାନେ ସମାଜରେ ଏବଂ ବିଶେଷ କରି ଜେଲରେ ଉପହାସର ଶିକାର ହେଉଛନ୍ତି। ଖଣ୍ଡପୀଠ ତାଙ୍କ ଆଦେଶରେ ଉଲ୍ଲେଖ କରିଛନ୍ତି ଯେ ପ୍ରାଥମିକ ଦୃଷ୍ଟିରୁ ଦମ୍ପତିଙ୍କ ବିରୋଧରେ ଅପହରଣ ମାମଲା ରୁଜୁ ହୋଇଥିଲେ ମଧ୍ୟ ଏହା ଜାମିନଯୋଗ୍ୟ ଅପରାଧ। ଉଭୟ ମହିଳା ସମଲିଙ୍ଗୀ ସମ୍ପର୍କରେ ଥିଲେ ଏବଂ ଏକ ସନ୍ତାନ ଚାହୁଁଥିଲେ ଯାହା ଜୈବିକ ଦୃଷ୍ଟିରୁ ଅସମ୍ଭବ ବୋଲି ଦର୍ଶାଇ ଅଦାଲତ କହିଛନ୍ତି ଯେ ଆବେଦନକାରୀ (ଦମ୍ପତି) ବିରୋଧରେ ପ୍ରାଥମିକ ଦୃଷ୍ଟିରୁ ଦୃଢ଼ ମାମଲା ରହିଛି ଯେ ସେମାନେ ପ୍ରକୃତରେ ସହ-ଅଭିଯୁକ୍ତଙ୍କଠାରୁ ସନ୍ତାନ ଗ୍ରହଣ କରିଛନ୍ତି, କିନ୍ତୁ ଝିଅକୁ ଶୋଷଣ କରାଯାଇଥିଲା ବୋଲି ଦର୍ଶାଇବାପାଇଁ କୌଣସି ପ୍ରମାଣ ନାହିଁ। ବର୍ତ୍ତମାନ ପରିସ୍ଥିତିରେ ସେମାନେ ପୋଷ୍ୟ ସନ୍ତାନ ମଧ୍ୟ ପାଇପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି।

ଚଳିତ ବର୍ଷ ମାର୍ଚ୍ଚ ମାସରେ ମୁମ୍ବାଇ ଉପନଗରରେ ଶିଶୁର ପିତାମାତାଙ୍କ ଅଭିଯୋଗ କ୍ରମେ ଦମ୍ପତିଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଥିଲା। ଏହି ଦମ୍ପତିଙ୍କ ବ୍ୟତୀତ ଅନ୍ୟ ୩ ଜଣଙ୍କୁ ମଧ୍ୟ ଏହି ମାମଲାରେ ଗିରଫ କରାଯାଇଛି। ନାବାଳିକାଙ୍କ ପିତାମାତାଙ୍କ ଅଭିଯୋଗ ଅନୁଯାୟୀ, ୨୦୨୪ ମାର୍ଚ୍ଚ ୨୪ ତାରିଖରେ ତାଙ୍କ ସନ୍ତାନ ନିଖୋଜ ହୋଇଯାଇଥିଲା। ସେହି ଅଞ୍ଚଳର ଜଣେ ମହିଳାଙ୍କ ସହ ନାବାଳିକାଙ୍କୁ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ମାମଲା ରୁଜୁ ହେବା ପରେ ପରଦିନ ପୁଲିସ ଦମ୍ପତିଙ୍କ ଘରୁ ନାବାଳିକାକୁ ଉଦ୍ଧାର କରିଥିଲା। ଏହି ମାମଲାରେ ଦମ୍ପତିଙ୍କୁ ଗିରଫ କରାଯାଇ ଜେଲ୍ ପଠାଇ ଦିଆଯାଇଛି। ଦମ୍ପତିଙ୍କ କହିବା ଅନୁଯାୟୀ, ସେମାନେ ୧୦ ବର୍ଷ ଧରି ଲିଭ୍ ଇନ୍ ରିଲେସନ୍ ସିପ୍ ରେ ଅଛନ୍ତି ଏବଂ ଏକ ସନ୍ତାନ ଆଶାରେ ଅଛନ୍ତି। ଦୁହେଁ ଏହି ମାମଲାର ଅନ୍ୟ ଅଭିଯୁକ୍ତଙ୍କୁ ଶିଶୁର ବ୍ୟବସ୍ଥା କରିବା ପାଇଁ ୯ ହଜାର ଟଙ୍କା ଦେଇଥିବା ଅଭିଯୋଗ ହୋଇଛି। ଆବେଦନରେ ଦମ୍ପତି ଦର୍ଶାଇଛନ୍ତି ଯେ ସେ ଶିଶୁ ସହ ଅସଦାଚରଣ କରିନଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking