ଭୁବନେଶ୍ୱର : ଆଜି ବି ଚାଲିପାରିଲା ନାହିଁ ବିଧାନସଭା । ଗୃହ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଙ୍ଗାମା ଦେଖାଦେଇଥିଲା । ଘଣ୍ଟ ବଜାଇ କଂଗ୍ରେସ ସଦସ୍ୟ ପ୍ରତିବାଦ କରିଥିଲେ । ଏନେଇ ବାଚସ୍ପତି ସୁରମା ପାଢୀ ୧୧ ଟା୩୦ ଯାଏଁ ଗୃହ ମୁଲତବି କରିଛନ୍ତି । ଗୃହର ମଧ୍ୟଭାଗକୁ ଆସି କଂଗ୍ରେସ ସଦସ୍ୟ କଳା ଡ୍ରେସ , କଳା ପଟି, ହାତରେ ଘଣ୍ଟ , ପେଙ୍କାଳୀ , ହୁଇସିଲ ଧରି ନାରାବାଜି କରୁଥିଲେ ।