26.1 C
Bhubaneswar
Friday, March 20, 2026
Homeଓଡିଶାମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ ବେଳେ ହଙ୍ଗାମା କଲେ : ସାରଦା ପ୍ରଧାନ

ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ ବେଳେ ହଙ୍ଗାମା କଲେ : ସାରଦା ପ୍ରଧାନ

ମାହାଙ୍ଗା : ଗଣ୍ଡଗୋଳ ହେଲା ମୁଖ୍ୟମନ୍ତ୍ରୀଙ୍କ ସଭାରେ । ତେବେ ଆଜି ଏକ ସଭାରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମାହାଙ୍ଗା ଯାଇଥିଲେ। ହେଲେ ବାଟରେ ବିଜେପି କର୍ମୀ ଓ ସ୍ୱାଧିନ ବିଧାୟକଙ୍କ ସମର୍ଥକ ମୁହାଁମୁହିଁ ହୋଇଥିଲେ । ଯାହାଫଳରେ କଟକ ଜିଲ୍ଲା ମାହାଙ୍ଗାରେ ଆଜି ଏଭଳି ଏକ ହଙ୍ଗାମା ହୋଇଯାଇଛି । ଯେତେବେଳେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରାଯାଉଥିଲା ସେତେବେଳେ ସେହି ସମୟରେ ସ୍ୱାଧୀନ ବିଧାୟକ ସାରଦା ପ୍ରଧାନଙ୍କ ସମର୍ଥକ ବିଜେପି କର୍ମୀଙ୍କୁ ଠେଲାପେଲା କରିବା ଆରମ୍ଭ କରିଥିଲେ। ଏହାକୁ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ହାତାହାତି ସ୍ଥିତି ଉପୁଜିଥିଲା । ମୁଖ୍ୟମନ୍ତ୍ରୀ ନିଜେ ଗାଡିରୁ ଓହ୍ଲାଇ ବୁଝାସୁଝା କରିବା ପରେ ତାଙ୍କ କାରକେଡ ଆଗକୁ ବଢିଥିଲା । କାରକେଡ ଯିବା ବେଳେ ବିଜେପି ନେତା ସୁମନ୍ତ ଘଡେଇଙ୍କ ଗାଡି ଆଗରେ ବୋତଲ ମାଡ କରିବା ସହ ଭଙ୍ଗାରୁଜା କରିଛନ୍ତି ବିଧାୟକଙ୍କ ସମର୍ଥକ।ଫଳରେ ବିଜେପି ନେତା ସୁମନ୍ତ ଘଡେଇ ମୁଖ୍ୟମନ୍ତ୍ରୀଙ୍କ ସଭାକୁ ନଯାଇ ଫେରି ଯାଇଥିବା ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking