ଭୁବନେଶ୍ୱର: ରୋଡ୍ସ କଂଗ୍ରେସ ସମାବେଶରେ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ସମ୍ବୋଧନ କରିଛନ୍ତି । କହିଛନ୍ତି , ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଦେଶରେ ସଡକ ନିର୍ମାଣରେ ଦ୍ରୁତ ବିକାଶ ହୋଇଛି । ବିଭାଗ ପାଖରେ ୧୫ ଲକ୍ଷ କୋଟି ଟଙ୍କା ପଡି ରହିଛି । ଅର୍ଥର କୌଣସି ଅଭାବ ନାହିଁ, ମୁଖ୍ୟ ସମସ୍ୟା ହେଉଛି ଖର୍ଚ୍ଚ କରିବା । ଅର୍ଥ ଖର୍ଚ୍ଚ କରିବାକୁ ହେଲେ ସକରାତ୍ମକ ଚିନ୍ତା ଟ୍ରାନ୍ସପରେନ୍ସି ଆବଶ୍ୟକ । ଏଥିସହିତ ଶୀଘ୍ର ନିଷ୍ପତ୍ତି ନେବା ଦରକାର , ଯାହା ବି ନିଷ୍ପତ୍ତି ନିଅନ୍ତୁ ଶୀଘ୍ର ନିଅନ୍ତୁ । ଦେଶକୁ ନେବାକୁ ହେଲେ ଏସବୁ ଆବଶ୍ୟକ ।










