ଭୁବନେଶ୍ୱର: ରାଜ୍ୟରେ ବନ୍ୟା ସ୍ଥିତି ନାହିଁ । ଏନେଇ ସୂଚନା ଦେଲେ ଜଳ ସମ୍ପଦ ବିଭାଗ । ସୁବଣ୍ଣରେଖାନଦୀର ଜଳସ୍ତର କମିଛି । କୌଣସି ବେସିନରେ ପାଣି ନାହିଁ । କୌଣସି ଜାଗାରେ ସତର୍କ ସୂଚନା ଦିଆଯାଇନି । ଛତିଶଗଡରେ ବର୍ଷା ହେଉଛି, ପାଣି ଛାଡିନି । ଏସଓପି ଅନୁଯାୟୀ, ହୀରାକୁଦର ୬ଟି ଗେଟ ଖୋଲିବ । ମହାନଦୀ ଉପରମୁଣ୍ଡ ସୁନ୍ଦରଗଡ ଓ ଛତିଶଗଡରେ ବର୍ଷା ହୋଇଛି । ଅନ୍ୟ କେଉଁଠି ବର୍ଷା ନାହିଁ । ଭୁବନେଶ୍ୱରରେ ରାସ୍ତା ସମ୍ପ୍ରସାରଣ ପାଇଁ ସ୍ଲାବ ଦବିଛି । ଭୁବନେଶ୍ୱର ୬ ନମ୍ବର ଡ୍ରେନର ସ୍ଲାବ ଦବିଛି । ତେଣୁ ଜଳ ନିଷ୍କାସନଜନିତ ସମସ୍ୟା ଉପୁଜିଛି । ସକାଳେ ଘଟଣାସ୍ଥଳରେ ପରିଦର୍ଶନ କରାଯାଇଛି । ଜଳ ସମ୍ପଦ ବିଭାଗ ଅସ୍ଥାୟୀ ବିକଳ୍ପ ବ୍ୟବସ୍ଥା କରୁଛି । ଏନେଇ ଜଳ ସମ୍ପଦ ବିଭାଗ ସର୍ୱୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି ।










