19.1 C
Bhubaneswar
Wednesday, February 11, 2026
Homeଓଡିଶାରାଜ୍ୟରେ ବନ୍ୟା ସ୍ଥିତି ନାହିଁ

ରାଜ୍ୟରେ ବନ୍ୟା ସ୍ଥିତି ନାହିଁ

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ବର୍ଷା । ବନ୍ୟା ସ୍ଥିତି ନେଇ ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ରାଜ୍ୟରେ ବନ୍ୟା ସ୍ଥିତି ନାହିଁ। ଆଗାମୀ ତିନି ଚାରି ଦିନ ଯାଏଁ ବି ବନ୍ୟା ଆଶଙ୍କା ନାହିଁ। ହେଲେ ରାଜ୍ୟ ସରକାର ଏହା ଉପରେ ନଜର ରଖିଛନ୍ତି। ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇଛି। ଏଥିପାଇଁ ବୁଢ଼ାବଳଙ୍ଗର ଜଳସ୍ତର ବଢୁଛି। ଏବେ ୨ ଦଶମିକ ୧ ମିଟର ବର୍ଷା ଅଛି। ୱାର୍ଣ୍ଣିଂ ଲେଭଲ ୭.୨ ମିଟର ଓ ଡେଞ୍ଜର ଲେଭଲ ୮.୧୩ ମିଟର ରହିଛି । ଜଳକା ନଦୀ ବଢୁଥିଲା ବର୍ତ୍ତମାନ ଖସୁଛି। ହୀରାକୁଦ ଉପରମୁଣ୍ଡରେ ୨୦ ମିଲିମିଟର ବର୍ଷା ହୋଇଛି। ଯେଉଁଥି ପାଇଁ ୧.୫୦ ଲକ୍ଷ କ୍ୟୁସେକ ଜଳ ପ୍ରବେଶ କରୁଛି । ୧୨ ଗେଟ ଖୋଲା ଅଛି । ୨.୫ ଲକ୍ଷ କ୍ୟୁସେକ ଜଳ ନିଷ୍କାସନ ହେଉଛି। ବୈତରଣୀ ଆଖୁଆପଦା ଠାରେ ୧୭.୧୦ ମିଟିର ଅଛି । ସେଠାରେ ୱାର୍ଣ୍ଣିଂ ଲେଭଲ ହେଉଛି ୧୭.୮୩ ମିଟର ଓ ଡେଞ୍ଜର ଲେଭଲ ୧୮.୩୩ ମିଟର । ସୁବର୍ଣ୍ଣରେଖାରେ ବନ୍ୟା ଜଳ ଅଛି । ରାଜଘାଟରେ ପାଣି ଖସୁଛି । କାରଣ ପାଣି ବୁଢାବଳଙ୍ଗ ବେସିନକୁ ପଳାଇଛି । ମୁଣ୍ଡୁଳୀରେ ବର୍ତ୍ତମାନ ୪ ଲକ୍ଷ ୨୦ ହଜାର କ୍ୟୁସେକ୍ ଜଳ ପ୍ରଭାହିତ ହେଉଛି । ମହାନଦୀରେ ବନ୍ୟା ପରିସ୍ଥିତି ନାହିଁ । ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଝଜଉ, ଜଳ ସମ୍ପଦ ବିଭାଗ ସବୁ ବେସିନ ଉପରେ ନଜର ରଖିଛନ୍ତି ବୋଲି କହିଛନ୍ତି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking