ଭୁବନେଶ୍ୱର: ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଯୁଦ୍ଧ କାଳୀନ ଭିତ୍ତିରେ ରାଜ୍ୟରେ ପଡିଛି ଗ୍ୟାସ ସଙ୍କଟ । ରାଜ୍ୟବାସୀଙ୍କ ପାଇଁ ଗ୍ୟାସ ସଙ୍କଟକୁ ନେଇ ଆଶ୍ୱସ୍ତି କଲା ଭଳି ଖବର ସାମ୍ନାକୁ ଆସିଛି । ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଆବଶ୍ୟକତା ଅନୁଯାୟୀ, ଗ୍ୟାସ ମହଜୁଦ ଅଛି । ଖାଉଟିମାନେ ବିଚଳିତ ନହେବାକୁ ଯୋଗାଣ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ୧୪ ହଜାର ଘରୋଇ ଗ୍ୟାସ ସିଲିଣ୍ଡର ଗଚ୍ଛିତ ରହିଛି । ହୋଟେଲଗୁଡିକୁ ଗ୍ୟାସ ଦେବା ଦେବାକୁ ସ୍ୱତନ୍ତ୍ର ବ୍ୟବସ୍ଥା ହେଉଛି । କଳା ବଜାର ରୋକିବାକୁ ବିଭିନ୍ନ ସ୍ଥାନରେ ଚଢାଉ ହୋଇଛି । ଆଜିଠାରୁ ହୋଟେଲ ଓ ରେଷ୍ଟୁରାଣ୍ଟକୁ ଗ୍ୟାସ ଦିଆଯିବ ।ପୂର୍ବରୁ କମର୍ସିଆଲ ଗ୍ୟାସ ବଣ୍ଟନ ୨୦ ପ୍ରତିଶତ ରହିଥିଲା। ବର୍ତ୍ତମାନ କେନ୍ଦ୍ର ସରକାର ଆଉ ୨୦ ପ୍ରତିଶତ ମଞ୍ଜୁର କରିଥିବାରୁ, ବିଶେଷ କରି ରେଷ୍ଟୁରାଣ୍ଟ ଓ ହୋଟେଲ ମାନଙ୍କୁ ସହଜତା ମିଳିବ।ଏହା ସହ ଆଉ ୧୦ ପ୍ରତିଶତ ବଢ଼ାଇବା ପାଇଁ ଆଲୋଚନା ଚାଲିଛି। ସେଥିପାଇଁ ଶୀଘ୍ରେ କମର୍ସିଆଲ ଗ୍ୟାସ ଆବଶ୍ୟକତାର ପ୍ରାୟ ୫୦ ପ୍ରତିଶତ ପୂରଣ ହେବା ଆଶା କରାଯାଉଛି। ଆଜିଠାରୁ କମର୍ସିଆଲ ସଂସ୍ଥାମାନଙ୍କୁ ୪୦ ପ୍ରତିଶତ ଗ୍ୟାସ ଯୋଗାଣ ଆରମ୍ଭ ହେବ। କେନ୍ଦ୍ର ପକ୍ଷରୁ ଆଉ ୧୦ ପ୍ରତିଶତ ପାଇଁ କିଛି ସର୍ତ୍ତ ରହିଛି, ଯାହାକୁ ପୂରଣ କରିବାରେ ରାଜ୍ୟ ସରକାର କାମ କରୁଛି।










