27.1 C
Bhubaneswar
Tuesday, March 31, 2026
Homeଓଡିଶାମାଳମାଳ ପୋଖରୀ ଅଛି: ବୁନ୍ଦେ ପାଣି ନାହିଁ

ମାଳମାଳ ପୋଖରୀ ଅଛି: ବୁନ୍ଦେ ପାଣି ନାହିଁ

ଯାଜପୁର: ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକ ପ୍ରତ୍ୟକ୍ଷ ଖଣି ପ୍ରଭାବିତ ୫ ପଞ୍ଚାୟତରେ ବିଭିନ୍ନ ଯୋଜନାରେ ୪୦ ରୁ ଅଧିକ ପୋଖରୀ ଖୋଳାଯାଇଛି l କିନ୍ତୁ ଗ୍ରୀଷ୍ମ ଋତୁ ଅବ୍ୟହିତ ପୁର୍ବ ରୁ ଏବେ ପୋଖରୀ ଗୁଡ଼ିକ ଶୁଖିଲା ପଡ଼ିଛି। ଡିସେମ୍ବର ମାସ ଶେଷ ସପ୍ତାହରୁ ଏସବୁ ପୋଖରୀର କେଉଁଠି ‌ହେଲେ ବି ବୁନ୍ଦେ ପାଣି ନାହିଁ। ଜିଲ୍ଲା ଖଣିଜ ନ୍ୟାସ(ଡିଏମ୍‌ଏଫ୍‌) ପାଣ୍ଠିରୁ ଆଦର୍ଶ ପୋଖରୀ ଯୋଜନା, ଜଳ ବିଭାଜିକା ଯୋଜନା, ପଞ୍ଚାୟତିରାଜ ଯୋଜନା ଓ ବନ ବିଭାଗ ପକ୍ଷରୁ ଏସବୁ ପୋଖରୀ ଖୋଳା ହୋଇଥିଲେ ହେଁ ଏହା ସାଧାରଣ ଲୋକ, ଗୃହପାଳିତ ପ୍ରାଣୀ କିମ୍ବା ବନ୍ୟଜନ୍ତୁଙ୍କ ବ୍ୟବହାରରେ ଲାଗି ଖୋଲା ଯାଇଛି ଏହି ଯୋଜନl ର ଗୁଡ଼ିକ ଦଳୀୟ କର୍ମୀ ମାନଙ୍କ ପାଇଁ ଟଂକା ହଡପ ପାଇଁ ଯୋଜନ ଉଦ୍ଧିଷ୍ଟ ବୋଲି ସଧାରଣ ଲୋକ ପ୍ରଶ୍ନ କରିଚନ୍ତି ଠିକା ଦର ଭୟ ରେ ବାଇକ୍ ଦେବା ପାଇଁ ମନା କରି ଦେଲ
କାଳିଆପାଣି ବିର୍ସାନଗର-ଚିରିଗୁଣିଆ ମାଝିସାହି ମଝିରେ ଗତବର୍ଷ ଖୋଳାଯାଇଥିବା ଆଦର୍ଶ ପୋଖରୀ ଡିସେମ୍ବର ମାସରୁ ସଂପୂର୍ଣ୍ଣ ନିର୍ଜଳା ପଡ଼ିଛି। ଏଠାରେ ୪୦ ବର୍ଷ ତଳୁ ଥିବା ଏକ ମାଙ୍କଡ଼ାପଥର ଛଇର ଉନ୍ନତୀକରଣ କରାଯାଇ ପୋଖରୀ ଖନନ ଯୋଜନା ହୋଇଥିଲା। ସ୍ନାନଶୌଚ ପାଇଁ ପ୍ରତ୍ୟେକ ପୋଖରୀରେ ପାହାଚ ଥାଇ ଏକାଧିକ ଘାଟ ନିର୍ମାଣ ହୋଇଥିଲା। ହେଲେ ଏଠାରେ ଟୋପେ ବି ପାଣି ନାହିଁ। ସେହି ପରି ଚିଙ୍ଗୁଡ଼ିପାଳ ପଞ୍ଚାୟତ ପାଟଣା ଗାଁ ଆଦର୍ଶ ପୋଖରୀ ଓ କଅଁସ ଆଦର୍ଶ ପୋଖରୀର ଅବସ୍ଥା। ଏସବୁ ପୋଖରୀ ୨ ମାସ ତଳୁ ଶୁଖିଯିବା ସହ ପୋଖରୀ ତଳ ପଙ୍କୁଆ ମାଟି ଫାଟି ଆଁ କରିଥିବା ଦେଖିବାକୁ ମିଳିଛି। ସେହିପରି ୬ ବର୍ଷ ତଳେ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ତଥା ଜଳଛାୟା ବିଭାଗ ପକ୍ଷରୁ କାଳିଆପାଣି ପଞ୍ଚାୟତ ଘାଗିଆସାହି, ମହାନ୍ତସାହି ଗାଁରେ ୨ଟି ଓ ଧ’ବ‌ାହାଳି ଗାଁକୁ ଯିବା ବାଟରେ ଡମଶାଳ ନାଳ କୂଳେ ଆଉ ଗୋଟିଏ, ଦେହୁରୀସାହି ପାଖ ଚତିରିସାହି, ହନୁମାନ ବଜାର, ଗୁରୁଜଙ୍ଗ ଆଜାଦ କ୍ଲବ ପାଖରେ ଗୋଟିଏ ଓ ମନୋରଞ୍ଜନ ମହାନ୍ତଙ୍କ ଘର ପାଖରେ ଆଉ ଗୋଟିଏ, ଗାଇଁଶିରା ଗାଁ ମୁଣ୍ଡ, ଗୁରୁଜଙ୍ଗପାଳ ଓ ସୁକ୍ରଙ୍ଗି ଗାଁର ଓଏମ୍‌ସି ସିଓବି ପ୍ଲାଣ୍ଟ୍‌ ପାଖ ପୋଖରୀ ଖୋଳା ଯାଇଥିବା ସବୁ ଡିସେମ୍ବର ମାସରୁ ଶୁଖି ଗଲାଣି। ଚିଙ୍ଗୁଡ଼ିପାଳ ଟାଙ୍ଗରସାହି ପୋଖରୀ, ରୁଗୁଡ଼ିସାହିର ୨ ଭାଇ କୃଷ୍ଣ ବିରୁଆ ଓ ଗୁରୁଚରଣ ବିରୁଆଙ୍କ ଜମିରେ ଖୋଳା ଯାଇଥିବା ୨ଟି ପୃଥକ ପୋଖରୀ ଓ ଦେଓଗାଁ ପାନୀୟଜଳ ପ୍ରକଳ୍ପ ସମ୍ମୁଖ ପୋଖରୀରେ ଖୋଳା ହେବା ଦିନରୁ ବର୍ଷାଦିନ ବ୍ୟତୀତ ଅନ୍ୟସବୁ ସମୟରେ ଶୁଷ୍କ ଅବସ୍ଥା। କଅଁସ ଓସ୍ତପାଳ ଗାଁ ମୁଣ୍ଡ ପୋଖରୀ‌ ପୋତା ପଡ଼ିଗଲାଣି। ଏହି ଗ‌ାଁର ଅନ୍ୟ ଏକ ଚୁଆପାଣି ପୋଖରୀ ଓ ବାଲିପଡ଼ା ଶ୍ୟାମସାହି ପୋଖରୀ ଶୁଖି ଯାଇଛି। ରାଁସୋଳ ପଞ୍ଚାୟତ କଲରଙ୍ଗି ଲକ୍ଷ୍ମୀ ପଡ଼ିଆ ପାଖ ପୋଖରୀ, କାକୁଡ଼ିଆ ମୁଣ୍ଡାସାହି ଦେଶ ‌ପୋଖରୀ, ଭାଗିରଥି ବଇପାଇଙ୍କ ପୋଖରୀ, ରାଜେନ୍ଦ୍ର ହେମ୍ବ୍ରମଙ୍କ ପୋଖରୀ ଓ କାକୁଡ଼ିଆ ଯାତ୍ରୀ ପ୍ରତୀକ୍ଷାଳୟ ପାଖ ପୋଖରୀରେ ଏବେ ପାଣି ନାହିଁ। କାକୁଡ଼ିଆ ଗାଁ ପୋଖରୀ ଓ ପନାସିଆ ବାଟରେ ଗାଁ ମୁଣ୍ଡ ପୋଖରୀ ଏଇ ମାସ ଶୁଖିଯିବା ଆଶଂକା ରହିଛି। କାଙ୍କଡ଼ପାଳ ପାତ୍ରସାହି ଗହମ ପୋଖରୀ, ଝରଣାସାହି ପୋଖରୀ, ରଗଡ଼ା ପନାସିଆ ପୋଖରୀ ଓ କରଡ଼ାଗାଡ଼ିଆ ପୋଖରୀ ଦି’ମାସ ତଳୁ ଶୁଖିଗଲାଣି। ସେହିପରି ବନ ବିଭାଗ ପକ୍ଷରୁ ମଝି ନଗଡ଼ା ଓ ଉପର ନଗଡ଼ା, ଦେଓଗାଁ, ଅରଡ଼ାପାଳ, ଟୁଙ୍ଗେଇଶୁଣି, ବାଲିପଡ଼ା, ବାହାଳିସାହି ଓ ଟିକରପଡ଼ା ଗାଁରେ ଖୋଳା ଯାଇଥିବା ପୋଖରୀ ୨ ମାସ ତଳୁ ନିର୍ଜଳା ପଡ଼ିଲାଣି। ୧୦ ରୁ ୨୦ ଲକ୍ଷ ଟଙ୍କା ଟଙ୍କା ପର୍ଯ୍ୟନ୍ତ ସରକାରୀ ଅନୁଦାନରେ ଏସବୁ ପୋଖରୀ ଖନନ ଓ ଆନୁଷଙ୍ଗିକ ନିର୍ମାଣ କାର୍ଯ୍ୟ କରାଯାଇଥିଲେ ହେଁ ପୋଖରୀ ଯୋଜନାରେ ୫ ରୁ ୬ କୋଟି ଟଙ୍କା ପାଣିରେ ପଡ଼ିବା ନିଶ୍ଚିତ ହୋଇ ଯାଇଚି ଏଥିରେ ସଂପୃକ୍ତ ଠିକାଦାର ଓ ଯନ୍ତ୍ରୀଙ୍କ ବ୍ୟତୀତ ଅନ୍ୟ କେହି ଉପକୃତ ହୋଇନଥିବା ସାଧାରଣରେ ଅଭିଯୋଗ ହୁଏ। ଏ ସଂପର୍କରେ ଜିଲ୍ଲା ପାଳ ଙ୍କ ଅବଗତ କାରା ଯାଇଛି ପୋଖରୀ ଖୋଳl ଯୋଜନାରେ ଦୁର୍ନୀତିର ସ୍ପର୍ଟ ବାରୀ ହେଉଛି। ଏହାର ଉଚ୍ଚ ସ୍ତର ତଦନ୍ତ କଲେ ଧଳା ହାତୀ ଓ ଠିକା ଦାରଙ୍କ ମଧୁ ଚନ୍ଦ୍ରିକା ପଦାକୁ ଆସି ପାରନ୍ତା!

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking