ଭୁବନେଶ୍ୱର: କଟକ ଖାନ ନଗରରେ ବ୍ରିଜ ନିର୍ମାଣ ଅଘଟଣରୁ ୩ ଜଣଙ୍କ ମୃତ୍ୟୁ ଘଟଣା । କାହାର ଭୁଲ ଅଛି, ତଦନ୍ତ ହେବ କହିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ତ୍ରୁଟି ନଥିଲେ ଏତେ ବଡ ଦୁର୍ଘଟଣା ଘଟି ନଥାନ୍ତା । ୩ ଜଣିଆ ଟିମ୍ ଗଠନ କରାଯାଇଛି । ୧୫ ଦିନ ଭିତରେ ରିପୋର୍ଟ ଦେବ ଟିମ୍ । କେଉଁ ପରିସ୍ଥିତିରେ ଏପରି ହେଲା, କାହାର ଭୁଲ ଅଛି ରିପୋର୍ଟ ଦେବ ଟିମ୍ । ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛି । ଏନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦ ସୂଚନା ଦେଇଛନ୍ତି ।