ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗରେ ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଟାର୍ଗେଟ । ମହାନଦୀ ସଙ୍କଟର ସମାଧାନ କେବେ ବୋଲି ପ୍ରଶ୍ନ କରିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ । ସେ କହିଛନ୍ତି ଯେ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ, ଆପୋସ ସମାଧାନ ପାଇଁ ସର୍ତ୍ତାବଳୀ କଣ ରହିବ । ଏହା ସହ ସରକାର ମହାନଦୀ ଟ୍ରିବ୍ୟୁନାଲରୁ ଓହରି ଯିବେନି ତ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି । ସେ ଆହୁରି କହିଛନ୍ତି ଯେ କିଛି ବର୍ଷ ହେଲା ମହାନଦୀକୁ ହତ୍ୟା କରିବାକୁ ଷଡଯନ୍ତ୍ର ଚାଲିଛି । ଦୁଃଖର ସହିତ କହିବାକୁ ପଡୁଛି ଯେ ଷଡଯନ୍ତ୍ରର ମୁକସାକ୍ଷୀ ଭାରତ ସରକାର । ମହାନଦୀର ହତ୍ୟା ହେବ ମାନେ ଓଡିଶାର ହତ୍ୟା ହେବ । ଓଡିଶା ସରକାରଙ୍କ ବିନା ସହମତିରେ ଆନିକଟ ତିଆରି କରୁଛି ଛତିଶଗଡ । ପୂର୍ବରୁ କେନ୍ଦ୍ରୀୟ ଜଳ ଆୟୋଗର ହସ୍ତକ୍ଷେପ ଲୋଡିଥିଲା ବିଜେଡି । ଏବେ କେନ୍ଦ୍ର, ରାଜ୍ୟ ଓ ଛତିଶଗଡରେ ବିଜେପି ସରକାର ଅଛି । ହେଲେ ଓଡିଶା ସରକାର କୌଣସି ପଦକ୍ଷେପ ନେଉନାହାନ୍ତି ।










