ଭୁବନେଶ୍ୱର: ପୁରୀ ଅଘଟଣ ନେଇ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା । କହିଲେ କୌଣସି ନା କୌଣସି ଠାରେ ଅବହେଳା ହୋଇଛି । ଅବହେଳା ଯିଏ କରିଛନ୍ତି ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଅବହେଳାଜନିତ କାର୍ଯ୍ୟାନୁଷ୍ଠାନ ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ପରବର୍ତ୍ତୀ ପଦକ୍ଷେପ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିବେ । ପୋଲିସ ଥିଲେ ବୋଲି କହୁଛନ୍ତି, ଡିଜିପି ତର୍ଜମା କରୁଛନ୍ତି । ପହଡ ପର୍ଯ୍ୟନ୍ତ ନୀତିକାନ୍ତି ଠିକ ଥିଲା, ପହଡ ଖୋଲିଲା ପରେ ଭିଡ ହେଲା । କିଛି ଲୋକ ବସି ରହିଥିଲେ, ଏଥିପାଇଁ କିଛି ଭକ୍ତ ଝୁଣ୍ଟି ପଡିଲେ । ୩ ଭକ୍ତଙ୍କ ମୃତ୍ୟୁ ଘଟିଛି, ୬ରୁ ୭ ଜଣ ଆହତ ହୋଇଛନ୍ତି ।