22.1 C
Bhubaneswar
Friday, February 6, 2026
Homeଦେଶ ବିଦେଶରାଜ୍ୟରେ ଅଛନ୍ତି ହାତଗଣତି ମାଓବାଦୀ: ଡିଜିପି

ରାଜ୍ୟରେ ଅଛନ୍ତି ହାତଗଣତି ମାଓବାଦୀ: ଡିଜିପି

ଭୁବନେଶ୍ୱର: ମାଓ ଦମ୍ପତି ନିଖିଲ୍ ଓ ଇନ୍ଦୁର ଆତ୍ମସମର୍ପଣ ନେଇ ସ୍ପଷ୍ଟ କଲେ ଡିଜିପି। ପ୍ରେସମିଟ୍‌ରେ ସୂଚନା ଦେଲେ ଡିଜିପି ୱାଇ.ବି ଖୁରାନିଆ। ସେ କହିଛନ୍ତି ଯେ ଜଗତସିଂହପୁରର ନିଖିଲ୍‌ ଓରଫ ନିରଞ୍ଜନ ରାଉତ ଆତ୍ମସମର୍ପଣ କରିଛି। କଟକ ଟାଙ୍ଗୀର ପତ୍ନୀ ଇନ୍ଦୁ ଓରଫ୍ ଅଙ୍କିତା ଲେଙ୍କା ଆତ୍ମସମର୍ପଣ କରିଛି। ବାଶଧାରା ଘୁମୁସର ନାଗାବଳୀ ଡିଭିଜନର ମୋଟ୍ ୧୫ ମାଓବାଦୀଙ୍କ ଆତ୍ମସମର୍ପଣ କରିଛନ୍ତି। ନିଖିଲ୍ ରାୟଗଡ଼ା, ଗଜପତି, କନ୍ଧମାଳ ଜିଲ୍ଲାରେ ସକ୍ରିୟ ଥିଲା। ଦୁଇ ଦଶନ୍ଧିରୁ ଅଧିକ ମାଓବାଦୀ କାର୍ଯ୍ୟକଳାପରେ ସାମିଲ୍ ଥିଲା ନିଖିଲ୍। ଏବେବି କନ୍ଧମାଳ ପାଖାପାଖି ଜିଲ୍ଲାରେ କିଛି କ୍ୟାଡର ମାଓବାଦୀ ଉପସ୍ଥିତ ଅଛନ୍ତି।ଅସ୍ତ୍ରଶସ୍ତ୍ର ଛାଡ଼ି ମୁଖ୍ୟସ୍ରୋତରେ ସାମିଲ୍‌ ହେବାକୁ ଡିଜିପି ଅପିଲ୍ କରିଛନ୍ତିସେ ଆହୁରି କହିଛନ୍ତି ଯେ ରାଜ୍ୟରେ ଆଉ କିଛି ହାତଗଣତି ମାଓବାଦୀ ଅଛନ୍ତି। ମାର୍ଚ୍ଚ ପୂର୍ବରୁ ସେମାନେ ବି ଆତ୍ମସମର୍ପଣ କରିବେ ବୋଲି ଭାବୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking