27.8 C
Bhubaneswar
Wednesday, March 26, 2025
Homeଓଡିଶାରାଜ୍ୟରେ ଅଛନ୍ତି ୯ଲକ୍ଷରୁ ଅଧିକ ଇଏସ୍‍ଆଇ ବୀମା ଭୁକ୍ତ ବ୍ୟକ୍ତି

ରାଜ୍ୟରେ ଅଛନ୍ତି ୯ଲକ୍ଷରୁ ଅଧିକ ଇଏସ୍‍ଆଇ ବୀମା ଭୁକ୍ତ ବ୍ୟକ୍ତି

ଭୁବନେଶ୍ୱର: ରାଜ୍ୟରେ ଗତବର୍ଷ ମାର୍ଚ୍ଚ ସୁଦ୍ଧା ଇଏସଆଇ ଯୋଜନାରେ ଥିବା ବୀମାକୁକ୍ତ ବ୍ୟକ୍ତିଙ୍କ ସଂଖ୍ୟା ୯ଲକ୍ଷରୁ ଅଧିକ ଥିବାବେଳେ ସେମାନଙ୍କ ନିଯୁକ୍ତି ଦାତାଙ୍କ ସଂଖ୍ୟା ୫୨ହଜାରରୁ ଅଧିକ ରହିଛି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ।

ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ୨୦୨୪ ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟରେ ଇଏସଆଇ ଯେଜାନାରେ ବୀମାଭୁକ୍ତ ବ୍ୟକ୍ତିଙ୍କ ସଂଖ୍ୟା ୯,୮୨,୩୯୦ ଥିବାବେଳେ ସେମାନଙ୍କ ନିଯୁକ୍ତିଦାତାଙ୍କ ସଂଖ୍ୟା ୫୨,୫୪୧ ରହିଥିଲା । ଭବିଷ୍ୟନିଧି ସଂଗଠନ ଠାରୁ ପ୍ରାପ୍ତ ତଥ୍ୟ ଅନୁଯାୟୀ କୌଣସି ଶିଳ୍ପାନୁଷ୍ଠାନ/ବ୍ୟବସାୟ ଅନୁଷ୍ଠାନରେ ୨୦ବର୍ଷ ବା ତଦୁର୍ଦ୍ଧ କାର୍ଯ୍ୟରତ ଶ୍ରମିକ ଥାନ୍ତି ଏବଂ ସେମାନଙ୍କର ମାସିକ ଦରମାର ୧୫ହଜାର ଟଙ୍କା ତାହାଠାରୁ କମ୍‍ ଥାଏ ସେମାନେ ଇପିଏପ୍‍ ଆଇନ୍‍ ୧୯୫୨ ଅନୁଯାୟୀ ପଞ୍ଜିକୃତ ହୋଇଥାନ୍ତି । ତେବେ ଇଏସ୍‍ଆଇ ଆଇନ୍‍ ୧୯୪୮ ଅନୁସାରେ ୧୦ କିମ୍ବା ତାହାଠାରୁ ଅଧିକ ବ୍ୟକ୍ତିଙ୍କୁ ନିୟୋଜି କରୁଥିବା କାରଖାନା/ପ୍ରତିଷ୍ଠାନରେ କାର୍ଯ୍ୟରତ ଶ୍ରମିକ ଯେଉଁମାନଙ୍କ ମାସିକ ଦରମା ୨୧ହଜାର ଟଙ୍କା (ଦିବ୍ୟାଙ୍ଗଙ୍କ କ୍ଷେତ୍ରରେ ୨୫ହଜାର) ଠାରୁ କମ୍‍ ହୋଇଥାଏସେହି କର୍ମଚାରୀମାନଙ୍କୁ କର୍ମଚାରୀ ରାଜ୍ୟ ବୀମା ନିଗମ, ଭୁବନେଶ୍ୱର ଦ୍ୱାରା ବୀମାଭୁକ୍ତ କରାଯାଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking