23.1 C
Bhubaneswar
Saturday, March 22, 2025
Homeଓଡିଶାରାଜ୍ୟରେ ରହିଛି ୧୦ଲକ୍ଷରୁ ଅଧିକ ଏମଏସଏମଇ ଶିଳ୍ପାନୁଷ୍ଠାନ

ରାଜ୍ୟରେ ରହିଛି ୧୦ଲକ୍ଷରୁ ଅଧିକ ଏମଏସଏମଇ ଶିଳ୍ପାନୁଷ୍ଠାନ

ଭୁବନେଶ୍ୱର: ଚଳିବର୍ଷ ଫେବୃଆରୀ ସୁଦ୍ଧା ରାଜ୍ୟରେ ୧୦,୧୧,୧୪୧ ଟି ଏମଏସଏମଇ ଶିଳ୍ପାନୁଷ୍ଠାନ ଗଢି ଉଠି ଉଦ୍ୟମ ପୋର୍ଟାଲରେ ପଞ୍ଜିକୃତ ହୋଇଛନ୍ତି । ଏହି ଶିଳ୍ପାନୁଷ୍ଠାନଗୁଡିକରେ ୭୮,୧୪,୫୮୯ ଜଣ ଆତ୍ମନିଯୁକ୍ତି ଓ ନିଯୁକ୍ତି ସୁଯୋଗ ପାଇଛନ୍ତିା ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଅଣୁ, କ୍ଷୁଦ୍ର ଓ ମଧ୍ୟ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ ପ୍ରତିଷ୍ଠା ହୋଇଥିବା ଏମଏସଏମଇ ମଧ୍ୟରୁ ସର୍ବାଧିକ ୧,୧୪,୩୩ଟି ଶିଳ୍ପସଂସ୍ଥା ଖୋରଧା ଜିଳ୍ଲାରେ ଥିବାବେଳେ ସବୁଠାରୁ କମ୍‍ ୭୪୩୯ଟି ଶିଳ୍ପ ବୌଦ୍ଧ ଜିଳ୍ଲାରେ ଗଢି ଉଠିଛି । ରାଜ୍ୟରେ ଗଢି ଉଠିଥିବା ମୋଟ୍‍ ଏମଏସଏମଇ ଶିଳ୍ପସଂସ୍ଥାରେ ୩୩,୯୭୩ କୋଟି ୪୨ଲକ୍ଷ ୬୫ହଜାର ୬୨୩ ଟଙ୍କାର ପୁଞ୍ଜି ବିନିଯୋଗ ହୋଇଥିବାବେଳେ ଏଥିରେ ୭୮ଲକ୍ଷରୁ ଅଧିକ ଲୋକ କର୍ମସଂସ୍ଥାନ ପାଇଛନ୍ତି । ତେବେ ଖୋରଧା ଜିଲ୍ଲାରେ ସର୍ବାଧିକ ୮,୮୧,୩୮୨ ଜଣ କର୍ମସଂସ୍ଥାନ ପାଇଥିବାବେଳେ କଟକ ଜିଲ୍ଲାରେ ଏହି ସଂଖ୍ୟା ୫,୧୪,୦୨୦ ରହିଛି । ଗଞ୍ଜାମ ଜିଲ୍ଲାରେ ଏମଏସଏମଇରେ କର୍ମସଂସ୍ଥା ପାଇଥିବା ଲୋକଙ୍କ ସଂଖ୍ୟା ୪,୫୯,୨୮୨ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking