ଭୁବନେଶ୍ୱର: ହିଂସା ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ମାଓବାଦୀଙ୍କୁ ଡିଜିପି ୱାଇ ବି ଖୁରାନିଆ ଅପିଲ କରିଛନ୍ତି । ରାଜ୍ୟରେ ଆଉ ୯ରୁ ୧୦ ମାଓବାଦୀ ରହିଯାଇଛନ୍ତି । ସେମାନଙ୍କୁ ଅନୁରୋଧ କରୁଛି । ପୋଲିସ ନିକଟରେ ଆତ୍ମସମର୍ପଣ କରନ୍ତୁ । ଏପଟେ ଶୁକ୍ରୁ ଆତ୍ମ ସମର୍ପଣ କରିବା ପରେ ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି, ମାଓ ସଂଗଠନ ପାଇଁ ଏହା ଝଟକା । ଆମ ପାଇଁ ବଡ ସଫଳତା । ଆଉ ଯେଉଁମାନେ ରହି ଯାଇଛନ୍ତି ଆତ୍ମସମର୍ପଣ ପାଇଁ ଆହ୍ୱାନ କରୁଛୁ ।










