35.1 C
Bhubaneswar
Monday, March 23, 2026
Homeଓଡିଶାଓଡିଶାରେ ରହିଛି ୪ଟି ସରକାରୀ ଭାରିଯାନ ଚାଳନା ପ୍ରତିଷ୍ଠାନ; ନିଯୁକ୍ତି ପାଇଲେଣି ୨୭୯୫ ଚାଳକ

ଓଡିଶାରେ ରହିଛି ୪ଟି ସରକାରୀ ଭାରିଯାନ ଚାଳନା ପ୍ରତିଷ୍ଠାନ; ନିଯୁକ୍ତି ପାଇଲେଣି ୨୭୯୫ ଚାଳକ

ଭୁବନେଶ୍ୱର : ଓଡିଶାରେ ବର୍ତ୍ତମାନ ସୁଦ୍ଧା ୪ଟି ସରକାରୀ ଭାରିଯାନ ଚାଳନା ତାଲିମ ପ୍ରତିଷ୍ଠାନ ଓ ଗୋଟିଏ ହାଲୁକା ଯାନ ଚାଳନା ତାଲିମ ପ୍ରତିଷ୍ଠାନ ରହିଛି । ଏଥିରୁ ଉତ୍ତୀର୍ଣ୍ଣ ଚାଳକମାନଙ୍କ ମଧ୍ୟରୁ ଜାପାନରେ ୩୦ଜଣ ନିଯୁକ୍ତି ପାଇଛନ୍ତି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ।

ମନ୍ତ୍ରୀ ଦର୍ଶାଇଛନ୍ତି ଯେ ରାଜ୍ୟର ଛତିଆ, ବଣାଇ, ବ୍ରହ୍ମପୁର ଓ କେନ୍ଦୁଝର ଠାରେ ଭାରିଯାନ ତାଲିମ ପ୍ରତିଷ୍ଠାନ ରହିଛି । ବର୍ତ୍ତମାନ ସୁଦ୍ଧା ଏଠାରୁ ୧୮,୪୨୦ ଜଣ ତାଲିମ ପାଇଛନ୍ତି । ସେହିଭଳି ଭୁବନେଶ୍ୱର ଠାରେ ଥିବା ଗାଡି ଚାଳନା ପ୍ରତିଷ୍ଠାନ ସମେତ ଏହି ୪ଟି ତାଲିମ ପ୍ରତିଷ୍ଠାନରୁ ମୋଟ୍‍ ୪୭୨୨ ଜଣ ହାଲୁକା ଯାନ ତାଲିମ ପାଇଛନ୍ତି । ତାଲିମ ପାଇଥିବା ଚାଳକମାନଙ୍କ ମଧ୍ୟରୁ ୨୭୯୫ ଜଣ ନିଯୁକ୍ତି ପାଇବାରେ ସକ୍ଷମ ହୋଇଛନ୍ତି । ଗାଡି ଚାଳନା ତାଲିମ ପରେ ୩୦ ଜଣ ଭାରିଯାନ ଚାଳକ ଜାପାନରେ ନାଭିସ୍‍ ଏମଆର ସଂସ୍ଥା ଦ୍ୱାରା ନିଯୁକ୍ତି ପାଇଛନ୍ତି । ଏହାବାଦ୍‍ ଟାଟା, ବେଦାନ୍ତ, କ୍ରୁଟ୍‍ ଏବଂ ଓଡିଶା ରାଜ୍ୟ ସଡକ ପରିବହନ ଆଦି ସଂସ୍ଥା ଦ୍ୱାରା ଏହି ଚାଳକମାନେ ନିଯୁକ୍ତି ପାଇଥିବା ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking