27.1 C
Bhubaneswar
Monday, March 31, 2025
Homeଓଡିଶାରାଜ୍ୟରେ ରହିଛି ୨୫୪୨ ସଂଖ୍ୟକ ଇଂରାଜୀ ମାଧ୍ୟମ ବିଦ୍ୟାଳୟ

ରାଜ୍ୟରେ ରହିଛି ୨୫୪୨ ସଂଖ୍ୟକ ଇଂରାଜୀ ମାଧ୍ୟମ ବିଦ୍ୟାଳୟ

ଭୁବନେଶ୍ୱର: ରାଜ୍ୟରେ ୨୫୪୨ ସଂଖ୍ୟକ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ରହିଛି । ଏଥି ମଧ୍ୟରୁ ୧୮୯୯ ଟି ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପ୍ରଥମଶ୍ରେଣୀ ପାଠପଢା ସୁବିଧା ରହିଛି । ଏହିସବୁ ବିଦ୍ୟାଳୟରେ ନାମ ଲେଖାଇବାପାଇଁ ଆବେଦନ ଓ ନାମଲେଖାଫି ଆଦାୟ ସଂକ୍ରାନ୍ତରେ ସରକାରଙ୍କର ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଦେଶନାମା ନାହିଁ । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ମନ୍ତ୍ରୀ କହିଛନ୍ତି ଯେ ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଫି ଆଦାୟ ସଂକ୍ରାନ୍ତରେ ରଜ୍ୟା ସରକାର ୧୯୯୬ ମସିହାରେ ଜାରି କରିଥିବା ସଙ୍କଳ୍ପରେ ଏହିସବୁ ବିଦ୍ୟାଳୟଗୁଡିକ ପ୍ରଦାନ କରୁଥିବା ସୁବିଧା ସୁଯୋଗ ଅନୁଯାୟୀ ଫି ନେତବାର ବ୍ୟବସ୍ଥା ରହିଛି । ରାଜଧାନୀରେ ୩୯୩ଟି ଇଂରଜାୀ ମାଧ୍ୟମ ବିଦ୍ୟାଳୟ ରହିଛି । ଏହିସବୁ ବିଦ୍ୟାଳୟରେ ନାମଲେଖା ଆବେଦନ ପାଇଁ ତଥା ନାମଲେଖା ସମୟରେ ନିଆଯାଉଥିବା ଅର୍ଥ ସରକାରଙ୍କର ନିୟନ୍ତ୍ରଣାଧିନ ନୁହେଁ ବୋଲି ମନ୍ତ୍ରୀ ତାଙ୍କ ଉତ୍ତରରେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking