ଭୁବନେଶ୍ୱର: ରାଜ୍ୟରେ ୧୫ ମାଓବାଦୀ ଥିବା ଗୃହରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖିଛନ୍ତି । କନ୍ଧମାଳ- କଳାହାଣ୍ଡି- ରାୟଗଡା ସୀମାନ୍ତ ଅଞ୍ଚଳରେ ଅଛନ୍ତି ୧୫ ମାଓବାଦୀ । ରାଜ୍ୟରେ ଅନ୍ୟ କୌଣସି ସ୍ଥାନରେ ମାଓବାଦୀ ନାହାନ୍ତି କହିଛନ୍ତି ମୁଖ୍ୟମନ୍ତ୍ରୀ । ୨୦୨୬ ମାର୍ଚ୍ଚ ୧୫ ସୁଦ୍ଧା ୯୬ ମାଓବାଦୀ / ମିଲିସିଆ ଆତ୍ମସମର୍ପଣ କରିଛନ୍ତି । କନ୍ଧମାଳ ଜିଲ୍ଲାକୁ ମାଓବାଦୀ ପ୍ରଭାବିତ ଜିଲ୍ଲା ଭାବରେ ବିବେଚିତ କରାଯାଉଛି । ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଓଡିଶା ହେବ ସମ୍ପୁର୍ଣ୍ଣ ମାଓ ମୁକ୍ତ ରାଜ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।










