22.1 C
Bhubaneswar
Monday, January 12, 2026
Homeଦେଶ ବିଦେଶଏନ୍.ବି.ଟି. ଦ୍ୱାରା ଆୟୋଜିତ ନୂଆଦିଲ୍ଲୀ ବିଶ୍ଵ ପୁସ୍ତକ ମେଳାର ଥିମ୍ ଲୋକାର୍ପଣ

ଏନ୍.ବି.ଟି. ଦ୍ୱାରା ଆୟୋଜିତ ନୂଆଦିଲ୍ଲୀ ବିଶ୍ଵ ପୁସ୍ତକ ମେଳାର ଥିମ୍ ଲୋକାର୍ପଣ

ନୂଆଦିଲ୍ଲୀ: ଏନ୍.ବି.ଟି. ଦ୍ୱାରା ଆୟୋଜିତ ନୂଆଦିଲ୍ଲୀ ବିଶ୍ଵ ପୁସ୍ତକ ମେଳାର ଥିମ୍ ମଣ୍ଡପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସ୍ପେନ୍ ର ସଂସ୍କୃତି ମନ୍ତ୍ରୀ ଏର୍ଣ୍ଣେଷ୍ଟ ଉର୍ଟାସୁନ୍ ବିଶିଷ୍ଟ କଥାଶିଳ୍ପୀ ଶ୍ରୀ ବିଜୟ ନାୟକଙ୍କ ହିନ୍ଦୀ ଗଳ୍ପ ସଂକଳନ ‘ଅରଣ୍ୟ ରୋଦନ’ କୁ ଆଜି ଲୋକାର୍ପଣ କରିଛନ୍ତି । ନୂଆଦିଲ୍ଲୀର ପ୍ରଲେଖ ପ୍ରକାଶନ ପକ୍ଷରୁ ପ୍ରକାଶିତ ଶ୍ରୀ ନାୟକଙ୍କ ଏହି ଗଳ୍ପ ସଂଗ୍ରହରେ ୨୧ଟି ଗଳ୍ପ ସ୍ଥାନିତ ହୋଇଛି । ସୁପରିଚିତ ଅନୁବାଦକ ଡକ୍ଟର ରାଜେନ୍ଦ୍ର ପ୍ରସାଦ ମିଶ୍ରଙ୍କ ଦ୍ୱାରା ଅନୁବାଦିତ ଗଳ୍ପଗୁଡ଼ିକ ବିଭିନ୍ନ ହିନ୍ଦୀ ପତ୍ରପତ୍ରିକାରେ ପ୍ରକାଶିତ ହୋଇ ପାଠକପାଠିକାମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲା । ଶ୍ରୀ ନାୟକଙ୍କ ଗଳ୍ପଗୁଡ଼ିକର ଭୂମି ସ୍ଥାନୀୟ କିନ୍ତୁ ଭାବ ବୈଶ୍ଵିକ ହୋଇଥିବାରୁ ପୁସ୍ତକଟି ସର୍ବଭାରତୀୟ ସ୍ତରରେ ଆଦୃତ ହେବ ବୋଲି ପୁସ୍ତକାର୍ପଣ ଅବସରରେ ମତପ୍ରକାଶ ପାଇଛି । ଏହି ଉତ୍ସବରେ ଭାରତ ସରକାରଙ୍କ ଉଚ୍ଚଶିକ୍ଷା ସଚିବ ଶ୍ରୀ ବିନୀତ ଜୋଶୀ, ଏନ୍.ବି.ଟି.ର ଅଧ୍ୟକ୍ଷ ଶ୍ରୀ ମିଲିନ୍ଦ ସୁଧାକର ମରାଠେ, ନିର୍ଦ୍ଦେଶକ ଯୁବରାଜ ମଲ୍ଲିକ ମଞ୍ଚାସୀନ ହୋଇଥିବାବେଳେ ଶ୍ରୀ ଜ୍ଞାନରଞ୍ଜନ ନନ୍ଦ, ଶ୍ରୀ ସୁରତ ମହନ୍ତ, ଶ୍ରୀ ପ୍ରମୋଦ ସର, ଶ୍ରୀ ରାମଚନ୍ଦ୍ର ନାଥ, ଶ୍ରୀ ସଂଗ୍ରାମ ମହାପାତ୍ର ପ୍ରମୁଖ ଅନେକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ପୁସ୍ତକ ଉନ୍ମୋଚନ କରି ଶ୍ରୀ ପ୍ରଧାନ ଓ ଅନ୍ୟମାନେ ଲେଖକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking