18.1 C
Bhubaneswar
Thursday, February 5, 2026
Homeଓଡିଶାବଣାଇରେ ପୁଣି ଚୋରି, ଡକାୟତି

ବଣାଇରେ ପୁଣି ଚୋରି, ଡକାୟତି

ସୁନ୍ଦରଗଡ: ବଣାଇ ଅଞ୍ଚଳରେ ଗତ କିଛି ଦିନ ହେବ ଚୋରି ଡକାୟତି ହେଉଛି । ୨ ଦିନତଳେ ମା ଓ ଝିଅଙ୍କୁ ବାନ୍ଧି ୫ ଜଣ ଦୁର୍ବୃତ୍ତ ଏକ କୋଟିର ସୁନା ଓ ଟଙ୍କା ନେଇ ଗାଏବ ହୋଇଥିବ ବେଳେ ଘଟଣାରେ ସମ୍ପୃକ୍ତ ଥିବା କୌଣସି ବ୍ୟକ୍ତିଙ୍କୁ ଏବେ ପଯ୍ୟନ୍ତ ଧରା ଯାଇନି l ଗତ ସୋମବାର ଦିନ ବାବୁନୂଆଗାଁ ର ନିକୁଞ୍ଜ ବେହେରା ଓ ତାଙ୍କ ପରିବାର କୌଣସି କାର୍ଯ୍ୟ ପାଇଁ ଅନୁଗୁଳ ଯାଇଥିବା ବେଳେ ଗତକାଲି ରାତି ୮ ଘଟିକାରେ ଘରକୁ ଫେରି ଦେଖିବା ବେଳେ ତାଙ୍କ ଘରର ତାଲା ଭାଙ୍ଗି ୫୫ ଗ୍ରାମ ସୁନା ଓ ୨ ଲକ୍ଷ ଟଙ୍କା ଚୋରି ହେଇଥିବା ବଣାଇ ପୁଲିସକୁ ଖବର ଦେଇଥିଲେ l ଏହା ସହିତ ଗତକାଲି ରାତିରେ ବଣାଇ ଚର୍ଚ୍ଚ ଛକ ନିକଟରେ ଥିବା ଚନ୍ଦନ ଚା ଦୋକାନରେ ଚୋରମାନେ ତାଲା ଭାଙ୍ଗି ଟିଭି, ସାଉଣ୍ଡ ବକ୍ସ, ବିସ୍କୁଟ, କିଛି ପଇସା ଚୋରି ହେଇଥିବା ଦୋକାନୀ ଆଜି ସକାଳୁ ୪. ୩୦ ସମୟରେ ଦୋକାନ ଖୋଲିବା ସମୟରେ ଦେଖି ପୁଲିସକୁ ଜଣାଇଥିଲେl ପୁଲିସ ଆସି ଘଟଣାର ତଦନ୍ତ କରୁଥିବା ଜଣାପଡିଛି l ଏହି ଭଳି ଦିନକୁ ଦିନ ବଣାଇ ଅଞ୍ଚଳରେ ଡକାୟତି ଚୋରମାନେ ଅଧିକ ସକ୍ରିୟ ହେଉଛନ୍ତି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking