31.1 C
Bhubaneswar
Wednesday, February 11, 2026
Homeଅପରାଧଦଶ ଲକ୍ଷ ଟଙ୍କାର ଅଳଙ୍କାର ଚୋରି

ଦଶ ଲକ୍ଷ ଟଙ୍କାର ଅଳଙ୍କାର ଚୋରି

ବାଣପୁର: ବାଣପୁର ଥାନା ମଙ୍ଗରାଜପୁର ଗ୍ରାମର ଅମୂଲ୍ୟ ସୁବୁଦ୍ଧିଙ୍କ ଘରୁ ୧୦ଲକ୍ଷ ଟଙ୍କାର ଅଳଙ୍କାର ଦୁର୍ବୃତ୍ତମାନେ ଚୋରି କରିଥିବା ଜଣାପଡ଼ିଛି । ପ୍ରକାଶ ଥାଉ କି ଅମୂଲ୍ୟଙ୍କର ଗତ ଜୁଲାଇ ମାସରେ ବିବାହ ଅନୁଷ୍ଠିତ ହୋଇଥିବା ବେଳେ ଶ୍ୱଶୁରଘରୁ ତାଙ୍କ ସ୍ତ୍ରୀ ବହୁ ସୁନା ଅଳଙ୍କାର ଆଣିଥିଲେ । ଦୁର୍ବୃତ୍ତମାନେ କୌଣସି ସୂତ୍ରରୁ ସୂଚନା ପାଇ ବାଡ଼ି ପଛପଟ ଗ୍ରୀଲ୍ ଓ କବାଟ ତାଡ଼ି ଘର ଭିତରକୁ ପଶିଥିଲେ । ଅମୂଲ୍ୟ ଶୋଇଥିବା ଘରେ ଦୁର୍ବୃତ୍ତମାନେ ବାହାରୁ ତାଲା ପକାଇ ଅନ୍ୟ ଏକ ଘରେ ଏକ କାଠ ଆଲମାରିରେ ଥିବା ୪୦ଗ୍ରାମର ଦୁଇଟି ରାଣୀହାର, ୨୦ଗ୍ରାମର ଏକ ସୁନାଚେନ, ୧୨ଟି ମୁଦି, ତିନିହଳ କାନଫୁଲ, ଚାରିହଳ ସୁନାଚୁଡ଼ି, ଗୋଟିଏ ବ୍ରେସ୍‌ଲେଟ୍ ସୁନା ଅଳଙ୍କାର ଯାହାର ଆନୁମାନିକ ମୂଲ୍ୟ ୧୦ଲକ୍ଷ ଟଙ୍କାରୁ ଅଧିକ ସୁନା ଅଳଙ୍କାର ଲୁଟ କରି ପଳାଇ ଯାଇଥିଲେ । ଦୁର୍ବୃତ୍ତମାନେ ଲୁଟ୍ କରିସାରିବା ପରେ ବିଲ ଭିତରେ ସୁନା ଅଳଙ୍କାରର ଖୋଳ ପଡ଼ିଥିବା ଜଣାପଡ଼ିଛି । ପୁଲିସ ଖବର ପାଇବା ପରେ ସାଇଣ୍ଟିଫିକ୍ ଟିମ୍ ଓ ଡଗ ସ୍କ୍ୱାର୍ଡ ଦ୍ୱାରା ଛାନଭିନ ଜାରି ରଖି ଥିବାବେଳେ ଦୁର୍ବୃତ୍ତମାନଙ୍କର ପତ୍ତା ମିଳିନି । ଗାଁଗୁଡ଼ିକରେ ଘରୁ ଲୁଟ୍ ହେବା ପରେ ସାଧାରଣ ଲୋକ ଆଶ୍ଚର୍ଯ୍ୟ ପ୍ରକଟ କରିଥିବା ବେଳେ ଶୀଘ୍ର ଦୁର୍ବୃତ୍ତମାନଙ୍କୁ କାବୁ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking