ପୁରୀ: ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଅନ୍ତର୍ଗତ ପ୍ରସିଦ୍ଧ ଶିରୁଳି ମହାବୀର ମନ୍ଦିରରୁ ଚୋରି । ଲୁଟେରା ଲୁହା ଗେଟ୍ କାଟି ଲୁଟ୍ କରିଛନ୍ତି । ଘଟଣାସ୍ଥଳରେ ଚନ୍ଦନପୁର ଥାନା ପୁଲିସ୍ ତଦନ୍ତ ଆରମ୍ଭ କରିଛି । ଦାନବାକ୍ସରେ ଲକ୍ଷାଧିକ ଟଙ୍କା ଥିବା ଅନୁମାନ କରାଯାଉଛି । ଗତକାଲି ମହାପ୍ରଭୁଙ୍କ ସନ୍ଧ୍ୟା ଆଳତୀ ପରେ ଦୈନନ୍ଦିନ ନୀତିକାନ୍ତି ସମ୍ପର୍ଣ୍ଣ ହୋଇ ସାଢେ ୧୦ଟାରେ ରାତ୍ର ପହୁଡ ହୋଇଥିଲା । ତେବେ ଆଜି ସକାଳୁ ପାଳିଆ ସେବାୟତ ମନ୍ଦିର ଖୋଲି ଭିତରକୁ ପ୍ରବେଶ କରିବା ବେଳେ ହୁଣ୍ଡି ଭାଙ୍ଗିଥିବା ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ମନ୍ଦିର କମିଟିକୁ ଅବଗତ କରାଇଥିଲେ । ପରେ ଚନ୍ଦନପୁର ଥାନାକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଚନ୍ଦନପୁର ପୁଲିସ୍ ପହଞ୍ଚି ତଦନ୍ତ କରୁଥିବା ବେଳେ ଘଟଣାସ୍ଥଳରେ ମାଜଷ୍ଟ୍ରେଟ ଉପସ୍ଥିତ ଅଛନ୍ତି । ଅନ୍ୟପଟେ ଦୃର୍ବୁତ୍ତମାନେ ଗାଁର ଲାଇନ କାଟିବା ସହ ସିସିଟିଭି ନଷ୍ଟ କରି ଦେଇଛନ୍ତି ।