27.1 C
Bhubaneswar
Thursday, June 27, 2024
Homeବଲିଉଡଅଭିନେତା ଅନୁପମ ଖେରଙ୍କ ଅଫିସରୁ ଚୋରି

ଅଭିନେତା ଅନୁପମ ଖେରଙ୍କ ଅଫିସରୁ ଚୋରି

ମୁମ୍ବାଇ : ଅଭିନେତା ଅନୁପମ ଖେରଙ୍କ ଅଫିସରୁ ଚୋରି । ବୁଧବାର ରାତିରେ ତାଲା ଭାଙ୍ଗି କଳାକନା ବୁଲାଇଲେ ଚୋର । ଚୋରମାନେ ଅଭିନେତାଙ୍କ କାର୍ଯ୍ୟାଳୟରୁ ୪.୧୫ ନଗଦ ଟଙ୍କା ଏବଂ ଚଳଚ୍ଚିତ୍ରର କିଛି ସାମଗ୍ରୀ ମଧ୍ୟ ଚୋରି କରିଛନ୍ତି । ଅଭିନେତା ନିଜେ ଏକ ଭିଡିଓ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି । ଏହି ଚୋରି ମୁମ୍ୱାଇ ସ୍ଥିତ ଭେରା ଦେଶାଇ ରୋଡରେ ଥିବା ତାଙ୍କ କାର୍ଯ୍ୟାଳୟରେ ଘଟିଥିଲା । ଏହି ଅଭିନେତା ଚୋରଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ପୋଲିସ ସୂତ୍ରରୁ ପ୍ରକାଶ ଯେ ଅଭିନେତା ଅନୁପମ ଖେରଙ୍କ କାର୍ଯ୍ୟାଳୟରୁ ପ୍ରାୟ ୪.୧୫ ଲକ୍ଷ ଟଙ୍କା ଚୋରି ହୋଇଥିବା ଜଣାପଡିଛି । ଘଟଣା ନେଇ ଗୁରୁବାର ମୁମ୍ବାଇ ପୋଲିସ ଏକ ଏଫଆଇଆର ପଞ୍ଜିକରଣ କରିଛି । ବୁଧବାର ରାତି ୯ଟାରେ ଖେରଙ୍କ କର୍ମଚାରୀମାନେ କାର୍ଯ୍ୟାଳୟ ବନ୍ଦ କରିଦେଇଥିଲେ ଏବଂ ଗୁରୁବାର ସକାଳେ ସେମାନେ ଅଫିସ୍ ଖୋଲିବାକୁ ଆସିଥିବା ବେଳେ ସେମାନେ ଏହି ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ଏହି ଚୋରି ଘଟଣା ବର୍ଣ୍ଣନା କରି ଅନୁପମ ଖେର ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ କହିଛନ୍ତି, “ଗତକାଲି ରାତିରେ ଭେରା ଦେଶାଇ ରୋଡରେ ଥିବା ଦୁଇଜଣ ଚୋର ଦୁଇଟି କବାଟ ଭାଙ୍ଗି ମୋ ଅଫିସରେ ପଶିଥିଲେ ଏବଂ ଆକାଉଣ୍ଟ ଡିପାର୍ଟମେଣ୍ଟ (ଯାହା ବୋଧହୁଏ ସେମାନେ ଭାଙ୍ଗି ପାରିନଥିଲେ) । କିନ୍ତୁ ସେ ଏକ ବାକ୍ସରେ ଥିବା ଏକ ଚଳଚ୍ଚିତ୍ରର ନେଗେଟିଭ୍ସ ଚୋରି କରି ନେଇଯାଇଛନ୍ତି । ଆମର ଅଫିସ ଏନେଇ ମାମଲା ରୁଜୁ କରିଛି । ଚୋରମାନେ ଖୁବ୍ ଶୀଘ୍ର ଧରାଯିବ ବୋଲି ପୋଲିସ ନିଶ୍ଚିତ କରିଛି । କାରଣ ଉଭୟ ସିସିଟିଭି କ୍ୟାମେରାରେ ଲଗେଜ୍ ନେଇ ଅଟୋରେ ବସିଥିବାର ନଜର ଆସିଛନ୍ତି । ଭଗବାନ ସେମାନଙ୍କୁ ଜ୍ଞାନ ଦିଅନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking