32.1 C
Bhubaneswar
Thursday, March 12, 2026
Homeଅପରାଧଯୁବକଙ୍କୁ ରଡ଼ରେ ପିଟିପିଟି ହତ୍ୟା

ଯୁବକଙ୍କୁ ରଡ଼ରେ ପିଟିପିଟି ହତ୍ୟା

ଭୁବନେଶ୍ବର : ତମାଣ୍ଡୋ ଥାନା ଅର୍ନ୍ତଗତ ଏକ ଇଞ୍ଜିନିୟରିଂ କଲେଜ ନିକଟ ରାସ୍ତାରେ ଘଟିଛି ନିର୍ମମ ହତ୍ୟାକାଣ୍ଡ । ଆଜି ସକାଳେ ଜଣେ ଯୁବକଙ୍କୁ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଦେଖିବାକୁ ମିଳିଥିଲା। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଡାକ୍ତରଖାନରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଣେ ଅଭିଯୁକ୍ତକୁ ଗିରଫ କରିଛି ତମାଣ୍ଡୋ ଥାନା ପୁଲିସ। ମୃତକଙ୍କ ନାଁ ସୁଶାନ୍ତ ଶତପଥୀ ବୋଲି ସୂଚନା ରହିଛି। ମୃତକ ଖୋର୍ଦ୍ଧା ଅଞ୍ଚଳର ଜଣେ ଶ୍ରମିକ ବୋଲି ଜଣାଯାଇଛି। ତାଙ୍କୁ ଲୁହାଛଡ଼ରେ ପିଟିପିଟି ହତ୍ୟା କରିଥିବା ଯୁବକ ବି ଜଣେ ଶ୍ରମିକ ବୋଲି ପ୍ରାଥମିକ ତଦନ୍ତରୁ ଜଣାଯାଇଛି। ତେବେ କାହିଁକି ଭଡ଼ାଟିଆ ସୁଶାନ୍ତଙ୍କୁ ହତ୍ୟା କଲା, ତାହାନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ପୁଲିସ ଅଭିଯୁକ୍ତକୁ ଗିରଫ କରିଥିବା ଜଣାଯାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking