33.1 C
Bhubaneswar
Wednesday, October 16, 2024
Homeଓଡିଶାଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ

ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ

ଭୁବନେଶ୍ଵର : ଜଣେ ଯୁବ ଇଞ୍ଜିନିୟର ୮ ମହଲାରୁ ତଳକୁ ଡେଇଁ ଜୀବନ ହାରିଛନ୍ତି । ତାଙ୍କ ନାମ ରୋନିତ ଜେନା(୨୩) । ସେ ଖାରବେଳନଗର ଥାନା ଅଞ୍ଚଳରେ ଏକ ଆପାର୍ଟମେଣ୍ଟ୍‌ରେ ସପରିବାର ରହୁଥିଲେ । ପ୍ରେମରେ ପ୍ରତାରଣା ପାଇଁ ରୋନିତ ଏଭଳି ଚରମ ପଦକ୍ଷେପ ନେଇଥିବା ତାଙ୍କ ବାପା ନବ କୁମାର ଜେନା ଖାରବେଳନଗର ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ରୋନିତଙ୍କ ମୃତଦେହ ଜବତ କରିବା ସହ ଏକ ମାମଲା ରୁଜୁକରି ତନାଘନା ଆରମ୍ଭ କରିଛି । ପ୍ରେମରେ ପ୍ରତାରଣା ପାଇଁ ରାଜଧାନୀରେ ଜଣେ ଯୁବ ଇଞ୍ଜିନିୟରଙ୍କ ଏଭଳି ଆତ୍ମହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି । ରୋନିତଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ରୋନିତ ବ୍ରହ୍ମପୁରରେ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ପଢ଼ୁଥିବା ବେଳେ ଉକ୍ତ କଲେଜର ଜଣେ ଜୁନିଅର ଛାତ୍ରୀଙ୍କ ସହ ତାଙ୍କର ପ୍ରେମ ସଂପର୍କ ଗଢ଼ି ଉଠିଥିଲା । ରୋନିତ ଏକ ଘରୋଇ କଂପାନୀରେ ଚାକିରି ପାଇଥିଲେ ।

ପ୍ରାୟ ବର୍ଷେ ହେଲା ପ୍ରେମ ସଂପର୍କ ଭିତରେ ଯୁବତୀ ଜଣଙ୍କ ରୋନିତଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ନେଇ ଯାଇଥିଲେ । ଶେଷରେ ତାଙ୍କ ସହ ସଂପର୍କ ଛିନ୍ନ କରିଥିଲେ । ଯେଉଁଥିପାଇଁ ରୋନିତ ଗତ କିଛିଦିନ ହେଲା ମାନସିକ ଦୁଃଶ୍ଚିନ୍ତାରେ ରହୁଥିଲେ । ପାର୍ବଣରେ ରୋନିତ ଘରକୁ ଆସିଥିଲେ । ୧୨ ତାରିଖରେ ରୋନିତ ମା’ଙ୍କୁ ସାଙ୍ଗରେ ନେଇ ବିଭିନ୍ନ ପୂଜା ମଣ୍ଡପ ବୁଲାଇଥିଲେ । ପରେ ରାତିରେ ସମସ୍ତେ ମିଶି ଏକାଠି ଖାଇଥିଲେ । ବିଳମ୍ବିତ ରାତିରେ ରୋନିତ ମୋବାଇଲରେ ପ୍ରେମିକାଙ୍କ ସହ ଉଚ୍ଚବାଚ୍ଚରେ କଥା ହୋଇଥିଲେ । ଭୋର ୪ଟା ୨୨ରେ ସେ ଆପାର୍ଟମେଣ୍ଟ୍‌ର ୮ ମହଲାରୁ ତଳକୁ ଡ଼େଇଁ ପଡ଼ିଥିଲେ । ତଳେ ରୋନିତଙ୍କ ମୃତଦେହ ପଡ଼ିଥିବା ଦେଖି ପାଖ ପଡ଼ୋଶୀମାନେ ପରିବାର ଲୋକଙ୍କୁ ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking