19.1 C
Bhubaneswar
Friday, February 6, 2026
Homeଓଡିଶାବଡ଼ଭାଇର ଅସୁସ୍ଥ ଖବର ଶୁଣି ସାନଭାଇର ମୃତ୍ୟୁ

ବଡ଼ଭାଇର ଅସୁସ୍ଥ ଖବର ଶୁଣି ସାନଭାଇର ମୃତ୍ୟୁ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନ୍‌ଏସି ୯ ନମ୍ବର ୱାର୍ଡରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବଡଭାଇର ଅସୁସ୍ଥ ଖବର ଶୁଣି ସାନ ଭାଇର ମୃତ୍ୟୁ ହୋଇଛି। ପ୍ରକାଶ, ହନୁମାନ ମନ୍ଦିର ନିକଟରେ ଦାର୍ଘଦିନ ହେବ କାମାକ୍ଷାନଗର ଏନ୍‌ଏସିର ୯ ନମ୍ବର କାଉନସିଲର ଜିତେନ୍ଦ୍ର କୁମାର ରାଉଳ ଏକ ଫଳ ଓ ଭୋଗ ଦୋକାନ କରି ପରିବାର ଚଳାଉଥିଭେ। ନିକଟରେ ଦୋକାନ ସମ୍ମୁଖରେ ପୂର୍ତ୍ତବିଭାଗ ପକ୍ଷରୁ ଡ୍ରେନ୍‌କାମ ହେବାରୁ ତାଙ୍କର ଦୋକାନର କିଛି ଅଂଶ ଭାଙ୍ଗି ଯିବାରୁ ସେ ଦୋକାନକୁ ନୂତନ ନିର୍ମାଣ କରୁଥିଲେ। ଫଳରେ ଏହି ନିର୍ମିାଣକୁ ବିରୋଧ କରି କିଛି ବ୍ୟକ୍ତି ତହସିଲଦାର ଓ ଏନ୍‌ଏସି ନିର୍ବାହି ଅଧିକାରୀ ନିର୍ମିାଣ ଉପରେ ରୋକ ଲଗାଇବା ସହ ସେଠାରେ ବ୍ୟବସାୟ ବନ୍ଦ କରିଥିଲେ। ସେହି ଚିନ୍ତାରେ ସୋମବାର ରାତିରେ ହଠାତ ଅସୁସ୍ଥ ହୋଇ କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଭାଇଙ୍କ ଅସୁସ୍ଥ ଖବର ଶୁଣି ଅନୁଗୁଳରେ ରହୁଥିବା ତାଙ୍କର ସାନଭାଇ ଦେବେନ୍ଦ୍ର ରାଉଳଙ୍କ ହଠାତ ଅସୁସ୍ଥ ହୋଇ ଥିଲେ ପ୍ରଥମେ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇ ପରେ କଟକ ସ୍ଥାନାନ୍ତର ହୋଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଦିନ ୨ ଟା ବେଳେ ଦେବେନ୍ଦ୍ରଙ୍କ ମରଶରୀର କାମାକ୍ଷାନଗର ନିଜ ପୈତୃକ ବସଭବନ ମୁଣ୍ଡିଦେଉଳି ଠାରେ ପହଞ୍ôଚବା ପରେ ଘଟଣା ସ୍ଥଳରେ ନଗରପାଳ ଧର୍ମାନନ୍ଦ ପରିଡ଼ା, ଉପନଗରପାଳ ଶକୁନ୍ତଳା ସେଠୀ, ସମସ୍ତ କାଉନସିଲର ଏବଂ ଶହ ଶହ ଲୋକ ପହଞ୍ôଚ ପୁଷ୍ପମାଲ୍ୟ ଦେବା ଶହ ଶେଷ ଦର୍ଶନ କରିଥିଲେ। ଏଭଳି ଦୁଃଖଦ ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking