26.1 C
Bhubaneswar
Thursday, March 19, 2026
Homeଓଡିଶାଗାଇ ପଘା ବେକରେ ଗୁଡ଼ାଇ ହୋଇ ଚାଲିଗଲା ନାବାଳାଙ୍କ ଜୀବନ

ଗାଇ ପଘା ବେକରେ ଗୁଡ଼ାଇ ହୋଇ ଚାଲିଗଲା ନାବାଳାଙ୍କ ଜୀବନ

ଗଞ୍ଜାମ : ଗାଇ ପଘା ବେକରେ ଗୁଡ଼ାଇ ହୋଇ ଚାଲିଗଲା ନାବାଳାଙ୍କ ଜୀବନ। ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ କମାଗ ଗାଁରେ ଘଟିଛି ଅଘଟଣ। ମୃତ ନାବାଳକ ଜଣଙ୍କ ହେଲେ କାମରାଜୁ ସେଠି। ସୂଚାନନ ଅନୁଯାୟୀ, ଗତକାଲି ଅପରାହ୍ନ ପ୍ରାୟ ୩ ଟା ସମୟରେ ଘର ଭିତରେ ଖେଳୁଥିଲେ କାମରାଜୁ। ସେଇ ସମୟରେ ଘରର ସମସ୍ତ ଲୋକ ଅନ୍ୟ କାମରେ ବ୍ୟସ୍ତ ଥିଲେ। ନାବାଳକ କାମରାଜୁ ଖେଳିଲା ବେଳେ ଘରର ଝରକାରେ ଥିବା ଗାଇର ପଘାକୁ ନିଜ ବେକରେ ଗୁରାଇ ଦେଇ ଖେଳୁଥିଲେ। ଏତିକି ବେଳେ ଗାଇ ପଘା ତାଙ୍କ ବେକରେ ଗୁଡ଼ାଇ ହୋଇ ଅଟକି ଯାଇଥିଲା। ଯାହାଦ୍ବାରା ଶ୍ବାସ ରୁଦ୍ଧ ହୋଇ କାମରାଜୁର ମୃତ୍ୟୁ ହୋଇଥିଲା। କିଛି ସମୟ ପରେ ପରିବାର ଲୋକ କାମରାଜୁକୁ ତଳେ ପଡ଼ିଥିବାର ଦେଖିଥିଲେ। ସଙ୍ଗେ ସଙ୍ଗେ ବାଲିସିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ନାବାଳକ କାମରାଜୁକୁ ମୃତ ଘୋଷଣା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking