19.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଆତ୍ମହତ୍ୟା ଉଦ୍ୟମ କଲେ ପନ୍ତ୍‌ଙ୍କ ଜୀବନ ବଞ୍ଚାଇଥିବା ଯୁବକ

ଆତ୍ମହତ୍ୟା ଉଦ୍ୟମ କଲେ ପନ୍ତ୍‌ଙ୍କ ଜୀବନ ବଞ୍ଚାଇଥିବା ଯୁବକ

ମୁଜାଫରନଗର: ୨୦୨୨ ମସିହାରେ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ କାର ଦୁର୍ଘଟଣା ପରେ ତାଙ୍କ ଜୀବନ ରକ୍ଷା କରିଥିବା ୨୫ ବର୍ଷୀୟ ଯୁବକ ରଜତ କୁମାରଙ୍କ ଜୀବନ ଯାଉ ଯାଉ ବଞ୍ଚିଯାଇଛି। ଯୁବକ ରଜତ କୁମାର ତାଙ୍କ ପ୍ରେମିକାଙ୍କ ସହ ବିଷ ପିଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ତେବେ ତାଙ୍କ ପ୍ରେମିକାଙ୍କ ଜୀବନ ଚାଲି ଯାଇଥିବା ବେଳେ ତାଙ୍କ ଜୀବନ ବଞ୍ଚିଯାଇଛି। ଘଟଣାଟି ‌ଉତ୍ତର ପ୍ରଦେଶର ମୁଜାଫରନଗର ଜିଲ୍ଲାର ବୁଚ୍ଛା ବସ୍ତିରେ ଫେବ୍ରୁଆରି ୯ ତାରିଖରେ ଘଟିଛି। ତେବେ ସେ ହସ୍ପିଟାଲ୍‌ରେ ଥିବା ବେଳେ ତାଙ୍କ ଅବସ୍ଥା ଧୀରେ ଧୀରେ ବିଗିଡ଼ିବାରେ ଲାଗିଛି। ଜାଣିବାକୁ ମିଳିଛି ଯେ କୁମାର ଏବଂ ତାଙ୍କ ୨୧ ବର୍ଷୀୟ ପ୍ରେମିକା ମନୁ କଶ୍ୟପଙ୍କ ପରିବାର ଲୋକ ସେ ଦୁହିଁଙ୍କ ପ୍ରେମ ବିରୋଧ କରିବାରୁ ସେମାନେ ବିଷ ପିଇ ଜୀବନ ହାରିବା ନିଷ୍ପତ୍ତି ନେଇଥିଲେ। ଚିକିତ୍ସା ସମୟରେ ରଜତଙ୍କ ପ୍ରେମିକାଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ନିଜେ ଗୁରୁତର ଅବସ୍ଥାରେ ଏକ ହସ୍ପିଟାଲରେ ଜୀବନ ପାଇଁ ସଂଘର୍ଷ କରୁଛନ୍ତି। ଡିସେମ୍ବର ୨୦୨୨ରେ ରଜତ କୁମାର ଜାତୀୟ ସ୍ତରରେ ଦୃଷ୍ଟି ଆକର୍ଷଣ କରିଥିଲେ। ଯେତେବେଳେ ସେ  ଅନ୍ୟ ଜଣେ ସ୍ଥାନୀୟ ବାସିନ୍ଦା ନିଶୁ କୁମାରଙ୍କ ସହିତ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କୁ ଏକ ମାରାତ୍ମକ କାର ଦୁର୍ଘଟଣାରୁ ଉଦ୍ଧାର କରିଥିଲେ।  ପନ୍ତ ଦିଲ୍ଲୀରୁ ଉତ୍ତରାଖଣ୍ଡ ଯାଉଥିବା ସମୟରେ ରୁରକି ନିକଟରେ ତାଙ୍କ ମର୍ସିଡିଜ୍ ଏକ ଡିଭାଇଡରରେ ଧକ୍କା ଖାଇ ନିଆଁ ଲାଗିଯାଇଥିଲା। ନିକଟସ୍ଥ ଏକ କାରଖାନାରେ କାମ କରୁଥିବା ଦୁଇ ଯୁବକ ଦୁର୍ଘଟଣା ଦେଖି ସାହାଯ୍ୟ କରିବାକୁ ଦୌଡ଼ି ଆସିଲେ। ସେମାନେ  ପନ୍ତଙ୍କୁ ଜଳୁଥିବା ଗାଡ଼ିରୁ ଟାଣି ଆଣି ଜରୁରୀକାଳୀନ ଚିକିତ୍ସା ସହାୟତା ଯୋଗାଇଥିଲେ। ସେମାନଙ୍କର ତ୍ୱରିତ ପଦକ୍ଷେପକୁ ବହୁଳ ଭାବରେ ପ୍ରଶଂସା କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking