17.1 C
Bhubaneswar
Tuesday, February 3, 2026
Homeଓଡିଶାମହିଳାଙ୍କଠୁ ପଇସା ନେଇ ଫେରାର ହୋଇଥିବା ଯୁବକ ଥାନାରେ ଅଟକ, ଯୁବକକୁ ନେଇ ଥାନାରେ ପହଞ୍ଚିଲେ...

ମହିଳାଙ୍କଠୁ ପଇସା ନେଇ ଫେରାର ହୋଇଥିବା ଯୁବକ ଥାନାରେ ଅଟକ, ଯୁବକକୁ ନେଇ ଥାନାରେ ପହଞ୍ଚିଲେ ଶତାଧିକ ମହିଳା

ଯାଜପୁର : ମହିଳାଙ୍କ ଠୁ ପଇସା ନେଇ ଫେରାର ହୋଇଥିବା ଯୁବକ ଥାନାରେ ଅଟକ । ଯାଜପୁର ଥାନା ଅନ୍ତର୍ଗତ ବିଭିନ୍ନ ଅଂଚଳର ମହିଳା ମାନଙ୍କ ଠାରୁ ଅଧିକ ସୁଧ ଦେବାର ପ୍ରଲୋଭନ ଦେଖାଇ କୋଟିଏରୁ ଉର୍ଦ୍ଧ ଟଙ୍କା ଠକି ନେଇଥିବା ଠକକୁ କାବୁ କରିଛି ଯାଜପୁର ପୋଲିସ । ଅଭିଯୋଗ ମୁତାବକ ସାନସୁଆର, ସିମିଳିଆ ସମେତ ବିଭିନ୍ନ ପଂଚାୟତରେ ରହିଥିବା ମହିଳା ସ୍ୱୟଂସହାୟକ ଗୋଷ୍ଠୀ ମାନଙ୍କ ନିକଟରୁ କୋଟିଏରୁ ଉର୍ଦ୍ଧ ଟଙ୍କା ବିଂଝାରପୁର ଥାନା ତାଉଁତରା ଗାଁର ଶୁଭକାନ୍ତ ମିଶ୍ର ନାମକ ଠକ ଠକି ନେଇଥିବା ଅଭିଯୋଗ ହୋଇଥିଲା । ମହିଳା ମାନଙ୍କୁ ଅଧିକ ସୁଧ ଏବଂ ମାସିକ ଦରମା ଆଦିର ପ୍ରଲୋଭନ ଦେଖାଇ ଉକ୍ତ ଟଙ୍କା ଠକି ନେଇଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ ମହିଳା ମାନେ ବିଭିନ୍ନ ଘରୋଇ ସଂସ୍ଥାରୁ ଋଣ କରି ଆଣି ସଂପୃକ୍ତ ଠକଙ୍କୁ ଟଙ୍କା ଦେଇଥିଲେ । କିନ୍ତୁ ପରବର୍ତି ସମୟରେ ସେ ଧରାଛୁଆଁ ନ ଦେବାରୁ ଏ ନେଇ ଥାନାରେ ଆଶ୍ରୟ ନେଇଥିଲେ । ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ ମଧ୍ୟ କୌଣସି ସୁରାକ ପାଇନଥିଲା । ପଂଳରେ ବାଧ୍ୟ ହୋଇ ମହିଳା ମାନେ ଜିଲାପାଳ ଓ ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ଯାଜପୁର ପୋଲିସ ଆଜି ଅଭିଯୁକ୍ତ ଶୁଭକାନ୍ତକୁ ଅଟକ ରଖି ପଚରା ଉଚୁରା କରୁଛି । ସେପଟେ ଶତାଧିକ ମହିଳା ଜମାକାରୀ ମାନେ ଖବର ପାଇ ଯାଜପୁର ଥାନା ଆଗରେ ଭିଡ ଜମାଇଥିଲେ । ଅଭିଯୁକ୍ତ ଠାରୁ ଟଙ୍କା ଆଦାୟ କରି ଦେବା ପାଇଁ ପୋଲିସ କୁ ଗୁହାରି କରିଥିଲେ । ପୋଲିସ ତଦନ୍ତ କରି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଏସଡିପିଓ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking