ଗଞ୍ଜାମ: ଘରୁ ଟାଣି ନେଇ ଯୁବକଙ୍କୁ ଦଳିମାରିଦେଲା ଦନ୍ତା । ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସୁର ମୁଜାଗଡ ବନାଞ୍ଚଳ ବେଲାଟୁଳି ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ବିକ୍ରମ ନାୟକ । ଭୋର ସମୟରେ ବିକ୍ରମ ଘରେ ଶୋଇଥିବା ସମୟରେ ହାତୀ ଟାଣି ଆଣିବା ସହିତ ପାଦରେ ଦଳି ମାରି ଦେଇଥିଲା । ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ କରୁଛି । ଉତ୍ତର ଘୁମୁସୁର ବନଖଣ୍ଡ ମୁଜାଗଡ ବନାଞ୍ଚଳରେ କିଛି ଦିନ ହେଲା ହାତୀ ଆତଙ୍କ ଲାଗି ରହିଛି । ହାତୀମାନେ ଗାଁରେ ଫସି ଫସଲ ନଷ୍ଟ କରିବା ସହିତ ଘର ଦ୍ୱାର ମଧ୍ୟ ଭାଙ୍ଗୁଛନ୍ତି । ଯାହା ଫଳରେ ଭୟଭୀତ ମଧ୍ୟ ଅଛନ୍ତି ସ୍ଥାନୀୟ ଲୋକେ ା










