30.1 C
Bhubaneswar
Tuesday, February 3, 2026
Homeଅପରାଧଯୁବକଙ୍କୁ ମାରି ପୋଖରୀରେ ଫିଙ୍ଗି ଦେଲେ

ଯୁବକଙ୍କୁ ମାରି ପୋଖରୀରେ ଫିଙ୍ଗି ଦେଲେ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ୍ ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । କିଛି ଦୁର୍ବୃତ୍ତ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ସହିତ ତାଙ୍କୁ ପୋଖରୀରେ ଫିଙ୍ଗି ଦେଇଛନ୍ତି। ତେବେ ଖବରପାଇ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ପୋଖରୀରୁ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଏହାସହିତ ଏହି ଘଟଣାକୁ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛନ୍ତି। ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ କୁକୁଡ଼ାଖଣ୍ଡି ବ୍ଲକ୍ ଅଞ୍ଚଳର ଜଣେ ଯୁବକଙ୍କୁ ଘରୁ ଡ଼ାକିନେଇ। ଏହାପରେ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ଏହାପରେ ମରଶରୀରକୁ ଦେଙ୍ଗପଦର ରାସ୍ତା କଡ଼ରେ ଥିବା ଏକ ପୋଖରୀରେ ଫିଙ୍ଗି ଦେଇଛନ୍ତି ଦୁର୍ବୃତ୍ତ। ତେବେ ସକାଳେ କିଛି ଲୋକ ପୋଖରୀକୁ ଗାଧେଇବାକୁ ଆସିଥିବା ବେଳେ ପୋଖରୀ ଭିତରେ ମୃତ ଶରୀର ପଡିଥିବାର ଦେଖିଥିଲେ। ଏହାପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ଏହାପରେ ଘଟଣାସ୍ଥଳରେ ସଦର ଥାନା ଏଡିପିଓ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking