21.1 C
Bhubaneswar
Sunday, January 18, 2026
Homeଓଡିଶାଯୁବକଙ୍କୁ ଚାପିଦେଲା ଦ୍ରୁତଗାମୀ ଟ୍ରକ୍‌

ଯୁବକଙ୍କୁ ଚାପିଦେଲା ଦ୍ରୁତଗାମୀ ଟ୍ରକ୍‌

ମୟୁରଭଞ୍ଜ: ରାଞ୍ଚି-ବିଜୟୱାଡ଼ା ୨୨୦ ନଂ ଜାତୀୟ ରାଜପଥ ମରଣ ଯନ୍ତା ପାଲଟିଛି। ବ୍ୟସ୍ତବହୁଳ ଏହି ରାସ୍ତାରେ ପୁଣି ଥରେ ଦ୍ରୁତଗାମୀ ଟ୍ରକ ଓ ବାଇକ୍ ମୁହାଁମୁହିଁ ହୋଇଛି। ଟ୍ରକ୍ ଧକ୍କାରେ ଜଣେ ବାଇକ୍ ଆରୋହୀ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ହେଲେ ରତନ ବେହେରା (୩୫)। ସୂଚନା ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ରାଇରଙ୍ଗପୁର-ବହଳଦା ଜାତୀୟ ରାଜପଥ ୨୨୦ ନମ୍ବର ତେନ୍ତଳା ନିକଟସ୍ଥ ଶିରିଡି ଆଇଟିଆଇ ଛକ ପୋଲ ପାଖରେ ଟ୍ରକ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା।

ଘଟଣାସ୍ଥଳରେ ବାଇକ୍ ଚାଳକ ମୃତ ହୋଇଛି। ବହଳଦା ଥାନା ଅନ୍ତର୍ଗତ କୁମ୍ଭୀରଦା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ମିଲେଟ୍ରି ବେହେରାଙ୍କ ପୁଅ ରତନ ବେହେରା ଆଜି ପୂର୍ବାହ୍ନ ସମୟରେ ରାଇରଙ୍ଗପୁରରୁ ଘରକୁ ନିଜ ବାଇକରେ ଯାଉଥିବା ସମୟରେ ସାମ୍ନା ପଟୁ ଦ୍ରୁତଗତିରେ ଆସୁଥିବା ଏକ ଆଇରନ ବାଝେଇ ଟ୍ରକ୍ ସହିତ ଧକ୍କା ହୋଇଥିଲା। ଏଥିରେ ରତନଙ୍କ ମୃତ୍ୟୁ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking