ଢେଙ୍କାନାଳ: ଯୁବକଙ୍କୁ ଘରୁ ଘୋଷାଡ଼ି ନେଇ ଦଳିଦେଲା ଦନ୍ତା । ଢେଙ୍କାନାଳ ବନଖଣ୍ଡ ମେରାମଣ୍ଡଳୀ ସେକ୍ସସନ ମୋଟଙ୍ଗା ଥାନା ଅନ୍ତର୍ଗତ ନଗାରୀ ଗାଁରୁ ଏଭଳି ଅଘଟଣା ସାମ୍ନାକୁ ଆସିଛି। ମୃତ ଯୁବକ ଜଣକ କଷ୍ଟୁ ବେହେରା ବୋଲି ଜଣାପଡିଛି। ସୂଚନା ମୁତାବକ, ଗତକାଲି ବିଳମ୍ୱିତ ରାତିରେ କଷ୍ଟୁ ବେହେରାଙ୍କୁ ହାତୀ ଘର ଭିତରୁ ଘୋଷାଡି ନେଇ ଦଳି ଦେଇଛି। ଫଳରେ ଘଟଣାସ୍ଥଳରେ କଷ୍ଟୁଙ୍କର ମୃତ୍ୟୁ ଘଟିଛି ।ଖବରପାଇ ଘଟଣାସ୍ଥଳରେ ବନ କର୍ମଚାରୀ ପହଞ୍ଚି ଆଇନ ବିଶୃଙ୍ଖଳା ଆଶଙ୍କାରେ ମୃତଦେହକୁ ଯୁଦ୍ଧକାଳୀନ ଅବସ୍ଥାରେ ଉଦ୍ଧାର କରି ବ୍ୟବଚ୍ଛେଦ ପଠାଇ ଦେଇଥିବା ସୂଚନା ମିଳିଛି । ସେପଟେ ବନବିଭାଗ ଅଧିକାରୀ ଓ କର୍ମଚାରୀମାନେ ହାତୀପଲଙ୍କୁ ଜାତୀୟ ରାଜପଥ ଓ ରେଳପଥ ପାର କରିବା ପରେ କାର୍ୟ୍ୟାଳୟରେ ଯାଇ ଶୋଇ ପଡୁଥିବାରୁ ଏପରି ଅଭାବନୀୟ ଘଟଣା ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।










