34.1 C
Bhubaneswar
Sunday, March 29, 2026
Homeଓଡିଶାଚନ୍ଦ୍ରଭାଗା ସମୁଦ୍ରରେ ବୁଡି ଯୁବକ ମୃତ

ଚନ୍ଦ୍ରଭାଗା ସମୁଦ୍ରରେ ବୁଡି ଯୁବକ ମୃତ

କୋଣାର୍କ : ଶନିବାର ଚନ୍ଦ୍ରଭାଗା ସମୁଦ୍ରରେ ବୁଡ଼ି ଯାଇଥିବା ଯୁବକର ମୃତଦେହ ରବିବାର ସକାଳ ୫ଟାରେ ଚନ୍ଦ୍ରଭାଗା ତେଲୁଗୁ ବସ୍ତି ନୂଆସାହି ନିକଟରୁ ଉଦ୍ଧାର ହୋଇଛି । ମୃତକ ଜଗତସିଂହପୁର ଖରିପଡିଆର ଜୀବନଜ୍ୟୋତି ମହାନ୍ତି(୧୯) ବୋଲି ଜଣାପଡ଼ିଛି । ସୂଚନା ମୁତାବକ, ପୁରୀ ଜିଲ୍ଲା ଡେଲାଙ୍ଗ ବେରବୋଇ ଅଂଚଳର ସୁମନ୍ତ ଜେନା, ସୁଧିର ମଲ୍ଲିକ(୨୬)ବର୍ଷ ଓ ଜଗତସିଂହପୁର ଖରିପଡିଆର ଜୀବନଜ୍ୟୋତି ମହାନ୍ତି(୧୯) ସାଥି ହୋଇ ଶନିବାର ଅପରାହ୍ନରେ କୋଣାର୍କ ବୁଲିବାକୁ ଆସିଥିଲେ।

ଚନ୍ଦ୍ରଭାଗା କୂଳରେ ଗାଧୋଉଥିବା ସମୟରେ ଗଭୀର ସମୁଦ୍ରକୁ ଚାଲିଯାଇଥିଲେ ତିନି ଜଣ ଯୁବକ। ଲହଡ଼ି ମାଡ଼ରେ ସମୁଦ୍ରରେ ବୁଡି ଯାଉଥିବା ଦେଖି ତୁରନ୍ତ ଲାଇଫ ଗାର୍ଡ ସମୁଦ୍ରରୁ ଦୁଇ ଜଣଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ। ଅନ୍ୟ ଜଣେ ଜୀବନଜ୍ୟୋତି ସମୁଦ୍ରରେ ନିଖୋଜ ହୋଇଥିଲା । ଏହା ଦେଖି ତାଙ୍କ ସାଙ୍ଗ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଖୋଜା ଖୋଜି କରିଥିଲା ଅଗ୍ନିଶମ ଟିମ୍‌ । ତେବେ ରବିବାର ସକାଳ ୫ଟାରେ କୋଣାର୍କ ଚମ୍ପାହାର ଅଗ୍ନିଶମ ବାହିନୀ ତେଲୁଗୁ ବସ୍ତି ନିକଟ ସମୁଦ୍ର କୂଳରୁ ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଥିଲା ଟିମ୍‌ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking