33.1 C
Bhubaneswar
Wednesday, October 16, 2024
Homeଓଡିଶାଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ

ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ

ବଳଙ୍ଗା:  ବିଳମ୍ବିତ ରାତିରେ ବଳଙ୍ଗାରୁ ଦେବୀ ଦର୍ଶନକରି ଘରକୁ ଫେରୁଥିବା ଜଣେ ଯୁବକର ବଳଙ୍ଗା-ନିମାପଡ଼ା ରାସ୍ତାର କାଶିଆ ମଶାଣି ଠାରେ ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ ଘଟିଛି । ମୃତ ଯୁବକ ନିମାପଡ଼ା ଥାନା ଅଲଣ୍ଡା ଗ୍ରାମର ଜଳନ୍ଧର ଭୋଇ(୨୭) ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ ଜଳନ୍ଧର ରବିବାର ରାତିରେ ବଳଙ୍ଗାରୁ ଦେବୀ ଦର୍ଶନ କରି ଘରକୁ ବାଇକ୍ ଯୋଗେ ଫେରୁଥିଲା ବେଳେ ସାମ୍ନାରୁ ଆସୁଥିବା ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା ।

ଫଳରେ ଜଳନ୍ଧର ଘଟଣାସ୍ଥଳରେ ଗୁରୁତର ଭାବେ ଆହତ ହୋଇଥିଲେ । ରାସ୍ତାରେ ଯାଉଥିବା କେତେକ ବାଟୋଇ ଜଳନ୍ଧରକୁ ଉଦ୍ଧାରକରି ନିମାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି । ଏ ନେଇ ସୋମବାର ମୃତକଙ୍କ ଭାଇ ବଳଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ମେଡ଼ିକାଲରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking