30.1 C
Bhubaneswar
Thursday, September 19, 2024
Homeଓଡିଶାଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ

ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ

ସୁବର୍ଣ୍ଣପୁର : ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି-ଖଲିଆପାଲି ଷ୍ଟେସନ ସହଲା ରେଳ ଫାଟକ ନିକଟରେ ଘଟିଛି ଏଭଳି ଘଟଣା । ମୃତ ଯୁବକଙ୍କ ପରିଚୟ ମିଳି ପାରି ନଥିବାବେଳେ ଜିଆରପି ପୁଲିସ ମୃତ ଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଗତକାଲି ରାତିରେ ଡୁଙ୍ଗୁରିପାଲି-ଖଲିଆପାଲି ଷ୍ଟେସନ ଦେଇ ଏଲପି-ଧାନବାଦ ଏକ୍ସପ୍ରେସ ଯାଉଥିଲା । ଏହି ସମୟରେ ଏକ ଯୁବକ ହଠାତ ଟ୍ରେନ ଆଗରେ ଆସି ଛିଡ଼ା ହୋଇଯାଇଥିଲା । ଫଳରେ ଟ୍ରେନଟି ଯୁବକଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣା ସ୍ଥଳରେ ହିଁ ତାଙ୍କର ପ୍ରାଣ ବାୟୁ ଉଡ଼ି ଯାଇଥିଲା । ଏ ନେଇ ଲୋକୋ ପାଇଲଟ ଷ୍ଟେସନ ପରିଚାଳକଙ୍କୁ ସୂଚନା ଦେଇଥିଲେ । ପୁଲିସ ଯୁବକଙ୍କ ମୃତ ଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ତେବେ ମୃତ ଯୁବକ ଜଣକ କିଏ ଓ କାହିଁକି ଯୁବକ ଟ୍ରେନ ଆଗକୁ ଆସି ଆତ୍ମହତ୍ୟା କଲେ ତାହା ଜଣାପଡ଼ିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking