ମୟୁରଭଞ୍ଜ: ହୋମଯଜ୍ଞ ସାଙ୍ଗକୁ ବ୍ରାହ୍ମଣଙ୍କ ମନ୍ତ୍ର ଉଚ୍ଚାରଣରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇ ପ୍ରକମ୍ପିତ ହେଲା ପରିବେଶ।ବାରିପଦାରେ ରଥାରୁଢ଼ ସୂର୍ଯ୍ୟ ଦେବତାଙ୍କ ମୂର୍ତ୍ତିକୁ ସୁସଜ୍ଜିତ ମଣ୍ଡପରେ ପୂଜା କରାଯାଏ।ଦେଖନ୍ତୁ ୫୯ ବର୍ଷର ସୂର୍ଯ୍ୟ ପୂଜା। ସକଳ ଶକ୍ତିର ଆଧାର ପ୍ରଭୁ ଶ୍ରୀ ସୂର୍ଯ୍ୟଦେବ। ସକାଳର ପ୍ରଥମ କୀରଣରୁ ହୋଇଥାଏ ପ୍ରଭୁ ସୂର୍ଯ୍ୟଦେବଙ୍କ ଦିବ୍ୟ ଦର୍ଶନ। ଓଡ଼ିଶାରେ ଏକମାତ୍ର ସୂର୍ଯ୍ୟ ପୂଜା ଯାହାକି ବାରିପଦା ବାଘଡ଼ା ରୋଡ ଠାରେ ଦୀର୍ଘ ୫୯ ବର୍ଷ ଧରି ଅନୁଷ୍ଠିତ ହୋଇଆସୁଛି। ପବିତ୍ର ଶାମ୍ବ ଦଶମୀରେ ମହାଆଡମ୍ବରରେ ପାଳିତ ହୋଇଯାଇଛି ସୂର୍ଯ୍ୟ ଦେବଙ୍କ ପୂଜାବିଧି ।ଆଉ ପୂଜା ମଣ୍ଡପରେ ଶୋଭା ପାଉଛନ୍ତି ସୁନ୍ଦର ମୃର୍ଣ୍ଣୟ ସୂର୍ଯ୍ୟଦେବଙ୍କ ମୂର୍ତ୍ତି। ହସ ହସ ଠାକୁରଙ୍କ ମୁଖମଣ୍ଡଳ ତା ସହ ଆର୍ଶୀବାଦ ମୁଦ୍ରାରେ ରଥାରୁଢ଼ ସୂର୍ଯ୍ୟ ଦେବତା,ସାତ ଘୋଡ଼ା ଏବଂ ସାରଥୀ ଏ ହେଉଛି ଶାମ୍ବଦଶମୀରେ ସୂର୍ଯ୍ୟ ଦେବତା ପ୍ରତିମା । ଭକ୍ତିମୟ ପରିବେଶ, ସଂକୀର୍ତ୍ତନ ଏବଂ ମନ୍ତ୍ର ଉଚ୍ଚାରଣ ସାଙ୍ଗକୁ ହୋମ କୁଣ୍ଡରେ ଠାକୁରଙ୍କ ଆରାଧନା ମନ୍ତ୍ରରେ ସୂର୍ଯ୍ୟଦେବଙ୍କ ପୂଜାପାଠ ଚାଲିଥିବା ବେଳେ ଠାକୁରଙ୍କ ଆଶିଷ ପାଇବାକୁ ଶ୍ରଦ୍ଧାଳୁଙ୍କ ଭିଡ। କିଏ ଟିକେ ଦୀପ ତ କିଏ ଧୂପ ଦେଇ ଠାକୁରଙ୍କ ବନ୍ଦନା ଗାନ।










