32.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶଗଙ୍ଗା ନଦୀ ଉପରେ ହେବ ବିଶ୍ୱର ସବୁଠୁ ବଡ଼ ରେଳ-ରୋଡ୍ ବ୍ରିଜ୍‌

ଗଙ୍ଗା ନଦୀ ଉପରେ ହେବ ବିଶ୍ୱର ସବୁଠୁ ବଡ଼ ରେଳ-ରୋଡ୍ ବ୍ରିଜ୍‌

କାଶୀ: କାଶୀ ଠାରେ ଗଙ୍ଗା ନଦୀ ଉପରେ ବିଶ୍ୱର ସବୁଠୁ ବଡ଼ ରେଳ-ରୋଡ୍ ବ୍ରିଜ୍ ନିର୍ମାଣ କରାଯିବ। ୨ ଥାକିଆ ବିଶିଷ୍ଟ ଏହି ବ୍ରିଜରେ ରହିବ ମୋଟ୍ ୧୦ଟି ଲେନ୍ ରାସ୍ତା ନିର୍ମାଣ କରାଯିବ। ଉପରେ ଯାନବାହନ ଚଳାଚଳ ପାଇଁ ୬ ଲେନ୍ ରାସ୍ତା କରାଯିବ ଏବଂ ନିମ୍ନଭାଗରେ ୪ଟି ଟ୍ରେନ୍ ଲାଇନ୍ ବିଛାଯିବ। ଏଥିପାଇଁ ମୋଟ୍ ୨ ହଜାର ୬୪୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଗତ ବୁଧବାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟରେ ଏହି ପ୍ରକଳ୍ପକୁ ଅନୁମୋଦନ ମିଳିଥିବା ସମ୍ପର୍କରେ ସୂଚନା ମିଳିଛି। ରେଳ ମନ୍ତ୍ରଣାଳୟର ପ୍ରସ୍ତାବିତ ଏହି ମଲ୍ଟି-ଟ୍ରାକିଂ ପ୍ରକଳ୍ପ ଯାନବାହନ ପରିଚାଳନାକୁ ସହଜ କରିବ ଓ ଭିଡ଼ ହ୍ରାସ କରିବ। ଏହି ପ୍ରକଳ୍ପ ଉତ୍ତରପ୍ରଦେଶର ବାରାଣସୀ ଓ ଚାନ୍ଦୌଲି ଜିଲ୍ଲା ଦେଇ ଗତି କରିବ।

ପ୍ରକାଶ, ବାରାଣସୀ-ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ (ଡିଡିୟୁ) ଜଙ୍କସନ୍ ରୁଟ୍ ଉଭୟ ଯାତ୍ରୀ ଓ ମାଲ ପରିବହନ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହି ରୁଟ୍‌ରେ କୋଇଲା, ସିମେଣ୍ଟ ଓ ଖାଦ୍ୟଶସ୍ୟ ପରି ସାମଗ୍ରୀ ପରିବହନ ହେଉଛି। ଏଥିସହ ସହିତ ପର୍ଯ୍ୟଟନ ଶିଳ୍ପର ଚାହିଦା ପୂରଣ କରିବାରେ ଏହାର ଭୂମିକା ଥିବାରୁ ପ୍ରବଳ ଭିଡ଼ ହେଉଛି। ଏହାର ସମାଧାନ ପାଇଁ ଗଙ୍ଗା ନଦୀ ଉପରେ ଏକ ନୂତନ ରେଳ- ତଥା-ସଡକ ପୋଲ ଓ ତୃତୀୟ ଓ ଚତୁର୍ଥ ରେଳ ଲାଇନ୍ ସମେତ ଭିତ୍ତିଭୂମିର ଉନ୍ନତିକରଣର ଆବଶ୍ୟକତା ରହିଛି। ୟୁପିର ୨ଟି ଜିଲ୍ଲାକୁ ସଂଯୋଗ କରୁଥିବା ଏହି ପ୍ରକଳ୍ପ ଭାରତୀୟ ରେଳବାଇର ବର୍ତ୍ତମାନର ନେଟୱାର୍କକୁ ପ୍ରାୟ ୩୦ କିଲୋମିଟର ବୃଦ୍ଧି କରିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking