22.1 C
Bhubaneswar
Monday, March 23, 2026
Homeଦେଶ ବିଦେଶଦୁନିଆ ଏବେ ପ୍ରଳୟମୁହାଁ ହେଉଛି

ଦୁନିଆ ଏବେ ପ୍ରଳୟମୁହାଁ ହେଉଛି

ବ୍ୟୁରୋ: ଆସୁଛି ମହାପ୍ରଳୟ। ଦୁନିଆ ଏବେ ପ୍ରଳୟମୁହାଁ ହେଉଛି। ପରମାଣୁ ବୈଜ୍ଞାନିକ ତିଆରି କରିଛନ୍ତି ପ୍ରଳୟର ଘଣ୍ଟା । ୭୮ ବର୍ଷ ପୂର୍ବ ପରମାଣୁ ବୈଜ୍ଞାନିକ ଏକ ନିଆରା ଘଣ୍ଟାକୁ ତିଆରି କରିଛନ୍ତି । ଯାହାକୁ ‘ଡୁମ୍ସଡେ କ୍ଲକ’ ବୋଲି ନାମ ଦିଆଯାଇଛି । ମହାବିନାଶର ସମୟ ଜାଣିବା ପାଇଁ ତିଆରି କରାଯାଇଛି ଏହି ଘଡି। ଯେଉଁଥିରେ ସମୟ ମଧ୍ୟରାତ୍ରିର ୯୦ ସେକେଣ୍ଡ ଦୂରରେ ଅଛି । ଯେମିତିକି ଅର୍ଦ୍ଧରାତ୍ରୀର ଏହି ସମୟରେ ପୃଥିବୀ ଧ୍ୱସଂ ହୋଇଯିବ । ମଣିଷର ଅସ୍ତିତ୍ୱ ରହିବ ନାହିଁ ବୋଲି କୁହାଯାଇଛି । ସୂଚନାଯୋଗ୍ୟ, ଏହି ପ୍ରଳୟ ଘଣ୍ଟା ସାଙ୍କେତିକ ଭାବରେ ଦର୍ଶାଏ ଯେ ଆମେ ବିପର୍ଯ୍ୟୟର କେତେ ନିକଟତର । ଏହାର ସମୟ ପୁଣି ଥରେ ବଡ ଧ୍ୱଂସ ନିକଟରେ ପହଞ୍ଚିଛି ।

ଘଣ୍ଟାର ସମୟ ମଧ୍ୟରାତ୍ରି ପୂର୍ବରୁ ୯୦ ସେକେଣ୍ଡ ଦୂରରେ ରହିଛି । ବୈଜ୍ଞାନିକମାନେ ଏହି ଘଣ୍ଟାର ସମୟକୁ ନିଜ ହାତରେ ବଦଳାଇଛନ୍ତି। ଏହା ମଧ୍ୟରାତ୍ରିର ନିକଟତମ ସମୟ। କିନ୍ତୁ ବୈଜ୍ଞାନିକମାନେ ଏହାକୁ ଆଗକୁ ବଢ଼ିବା ବନ୍ଦ କରି ଦେଇଛନ୍ତି। ସେମାନେ କହିଛନ୍ତି ନୂତନ ପରମାଣୁ ଅସ୍ତ୍ର ପ୍ରତିଯୋଗିତା, ୟୁକ୍ରେନ ଯୁଦ୍ଧ ଏବଂ ଜଳବାୟୁ ପରିବର୍ତ୍ତନକୁ ନେଇ ଘଣ୍ଟା ଆଗକୁ ବଢ଼ିବାର କାରଣ ରହିଛି। ୨୦୦୭ ପରଠାରୁ ବୈଜ୍ଞାନିକମାନେ ଆଣବିକ ଅସ୍ତ୍ରଶସ୍ତ୍ର ବ୍ୟବହାର ସହିତ ଜଳବାୟୁ ପରିବର୍ତ୍ତନ ଏବଂ ଏଆଇ ପରି ନୂତନ ମନୁଷ୍ୟକୃତ ବିପଦକୁ ମଧ୍ୟ ବିଚାର କରିଛନ୍ତି। ୨୦୨୪ ଘୋଷଣାରେ କୁହାଯାଇଛି ଚାଇନ, ରୁଷିଆ ଏବଂ ଆମେରିକା ସେମାନଙ୍କର ପରମାଣୁ ଅସ୍ତ୍ରଶସ୍ତ୍ରକୁ ବିସ୍ତାର କିମ୍ବା ଆଧୁନିକୀକରଣ କରିବା ପାଇଁ ବିପୁଳ ପରିମାଣର ଖର୍ଚ୍ଚ କରୁଛନ୍ତି। ଫଳରେ ପରମାଣୁ ଯୁଦ୍ଧର ଆଶଙ୍କା ବୃଦ୍ଧି ପାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking