34.1 C
Bhubaneswar
Sunday, March 29, 2026
Homeଓଡିଶାସୁକିନ୍ଦା ଖଣି ଉପତ୍ୟକା ଶ୍ରମିକ ମାନେ ତlତିଲେ ଇମ୍ଫା ଖଣିର ଫାଟକରେ ତାଲା ପକାଇଲେ

ସୁକିନ୍ଦା ଖଣି ଉପତ୍ୟକା ଶ୍ରମିକ ମାନେ ତlତିଲେ ଇମ୍ଫା ଖଣିର ଫାଟକରେ ତାଲା ପକାଇଲେ

ଯାଜପୁର : ଯାଜପୁର ଜିଲ୍ଲା ର ସୁକିନ୍ଦା ଖଣି ଉପତ୍ୟକା ରେ ୪ ଦଫା ଦାବି ନେଇ ଇମ୍ଫl(IMFA )ଖଣି ଆଗରେ ସୁକିନ୍ଦା ରିଜିୟନ୍ କ୍ରୋମାଇଟ୍ ଖାଦାନ ମଜଦୁର ସଂଘର ଚତୁର୍ଥ ଦିନର ଧାରଣା ଇମ୍ଫା ଖଣିର ମୁଖ୍ୟ ଗେଟ ବନ୍ଦ୍ କଲେ ଶ୍ରମିକ।ଖଣିରେ ଶ୍ରମିକଙ୍କ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିବା ସମେତ ଇମ୍ପା କମ୍ପାନୀ ଗଟେ ସମ୍ମୁଖ ରେ ଟାୟାର ଜାଳି ପ୍ରତିବାଦ କାଲେ କମ୍ପାନୀ ବିରୋଧ ନାରାବାଜି ଦେଇଥିଲେ ସମ୍ପୃକ୍ତ ଅଚଳ ରେ ଉତେଜନା ପ୍ରକାଶ ପାଉଛି ଧାରଣା ସ୍ଥଳ ଶ୍ରମିକ ସଂଘ ର ସଭାପତି ତଥା ପୂର୍ବ ତନ ମନ୍ତ୍ରୀ ପ୍ରୀତି ରଂଜନ ଘଡେଇ ଧାରଣା ସ୍ଥଳ ରେ ସାମିଲ ହୋଇ ଦାବି ଗୁଡିକ ମାନି ନେବା ପାଇଁ ଦାବି କରିବା ସହ କମ୍ପାନୀ ବିରୋଧ ରେ କଟୁ ସମାଲୋଚନା କରି ଥିଲେ l ସୁକିନ୍ଦା ରିଜିଅନ କ୍ରୋମାଇଟ୍‌ ଖାଦାନ ମଜଦୁର ସଂଘ କେନ୍ଦ୍ରୀୟ କମିଟି ପକ୍ଷରୁ 3ଦିନ ଧରି ଶାନ୍ତି ପୂର୍ଣ୍ଣ ଧାରଣl ଚାଲି ଥିଲା କମ୍ପାନୀ କର୍ତୁପକ୍ଷ ଶ୍ରମିକ ସଂଗଠନଶହ ଆଲୋଚନ ନ କରିବା ଯୋଗୁ ଆଜି ଉର୍ଗ ରୂପ ରେଖ ନେଇଛି l ସାଧାରଣ ସମ୍ପାଦକ ଭରତ ଚନ୍ଦ୍ର ମହାନ୍ତଙ୍କ ନେତୃତ୍ବରେ ଉପସଭାପତି ପ୍ରଭାତ ରଞ୍ଜନ ପ୍ରଧାନ, ଯୁଗ୍ମ ସାଧାରଣ ସମ୍ପାଦକ ଅଜୟ କୁମାର ନାୟକ, ଜିଲ୍ଲା ପରିଷଦ ସଭ୍ୟା ଜେମା ଚାଖି, ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷା ଭଗବତୀ ମହାନ୍ତ, ସ‌ନ୍ତୋଷ କୁମାର ମିଶ୍ର, ନିମଳେନ୍ଦୁ ବେ‌ହୁରା, ସୋମନାଥ କାନୁନଗୋ, ସୁକିନ୍ଦାଗଡ଼ ସରପଞ୍ଚ ସ୍ବାଧୀନ ଦାସ, କାଙ୍କଡ଼ପାଳ ସରପଞ୍ଚ ସଞ୍ଜୟ ପରିଡ଼ା, ସନ୍ୟାସୀ ସାମଲ, ଶ୍ରମିକସଂଘ ଇମ୍ଫା ଶାଖା ପକ୍ଷରୁ ସମ୍ପାଦକ ହଳଧର ମହାନ୍ତ, ସୂର୍ଯ୍ୟକାନ୍ତ ପଣ୍ଡା, ଈଶ୍ବର ମହାନ୍ତ, ଦୀପକ କୁମାର ନାୟକ, ଧୀରେନ୍ଦ୍ର କୁମାର ମହାକୁଡ଼ ପ୍ରମୁଖ ଖଣି କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୁକିନ୍ଦା ଖଣି(କ୍ରୋମାଇଟ୍‌)ରେ ନି‌ୟୋଜିତ ଠିକାଦାରୀ ସଂସ୍ଥା ନାରାୟଣୀ ଏଣ୍ଡ ସନ୍ସ(ଏନ୍‌ଏସ୍‌ଆଇପିଏଲ୍‌) କମ୍ପାନି ବିରୋଧରେ ବିଷୋଦଗାର କରିଥିଲେ। ନିଯୁକ୍ତିଦାତା ଅନୈତିକ ଭାବେ ଠିକା ଖଣି ଶ୍ରମିକମାନଙ୍କୁ ଶୋଷଣ କରିଆସୁଥିବା ପରିପ୍ରେକ୍ଷୀରେ ପୂର୍ବରୁ ଶ୍ରମିକସଂଘ ପକ୍ଷରୁ ଗତ ୧୨ ତାରିଖ ଦାବିପତ୍ର ଦିଆଯାଇଥିଲେ ହେଁ ନିଯୁକ୍ତିଦାତା ଏନ୍‌ଏସ୍‌ଆଇପିଏଲ୍‌ ଓ ମୂଳନିଯୁକ୍ତିଦାତା ଇମ୍ଫା କର୍ତ୍ତୃପକ୍ଷ ସମସ୍ୟାର ସମାଧାନ ଦିଗରେ କର୍ଣ୍ଣପାତ ନକରିବାରୁ ଆନ୍ଦୋଳନ ଛଡ଼ା ଅନ୍ୟ ପନ୍ଥା ନାହିଁ ବୋଲି ସାଧାରଣରେ ଅଭିଯୋଗ ହୋଇଛି। ୮ ବର୍ଷ ଧରି ଶ୍ରମିକଙ୍କୁ ବାର୍ଷିକ ବର୍ଦ୍ଧିତ ବେତନ ମିଳୁନଥିବା, ବାର୍ଷିକ ୨୭ ଦିନ ବଦଳରେ ୪୬ ଦିନ ଛୁଟି ପ୍ରଦାନ, ସମସ୍ତ ଶ୍ରମିକଙ୍କ ପାଇଁ ସ୍ବାସ୍ଥ୍ୟ ବୀମା ଓ ୮ ବର୍ଷ କିମ୍ବା ତଦୁର୍ଦ୍ଧ ଦିନ ଶ୍ରମଦାନ କରିଥିବା ଶ୍ରମିକଙ୍କୁ ଅର୍ଦ୍ଧକୁଶଳୀ ଶ୍ରମିକଙ୍କୁ କୁଶଳୀ ଓ କୁଶଳୀ ଶ୍ରମିକଙ୍କୁ ଅତି କୁଶଳୀ ମାନ୍ୟତା ପ୍ରଦାନ ସହ ସେହି ଆଧାରରେ ବେତନ ପ୍ରଦାନ ପାଇଁ ଦାବି ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking