ଢେଙ୍କାନାଳ: ବାଇକକୁ ତେଲ ଟ୍ୟାଙ୍କର ପିଟି ହୋଇ ସ୍ତ୍ରୀର ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଗୁରୁତର ଅଛନ୍ତି । ଅଳ୍ପକେ ବର୍ତ୍ତିଯାଇଛନ୍ତି ଦେଢ ବର୍ଷର ଶିଶୁ । ଏନଏଚ ୫୫ ଆନନ୍ଦନଗର ନିକଟରେ ଦୁର୍ଘଟଣା ଘଟିଛି । ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ଗୁରୁତର ସ୍ୱାମୀଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଟ୍ୟାଙ୍କର ଡ୍ରାଇଭରକୁ ଅଟକ ରଖି ପୋଲିସ ତଦନ୍ତ କରୁଛି । କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକ ରାସ୍ତାରୋକ କରିଛନ୍ତି ।